ହାଇଦ୍ରାବାଦ: ଆଗାମୀ ICC ଟି୨୦ ବିଶ୍ବକପ ୨୦୨୧ ପାଇଁ ଶକ୍ତିଶାଳୀ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ପାକିସ୍ତାନ । ଏଥିସହିତ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ମଧ୍ୟ ସ୍କ୍ବାଡ୍ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(PCB)। ଅଭିଜ୍ଞ ଖେଳାଳି ଶୋଏବ ମଲିକ୍ ଓ ସର୍ଫରାଜ ଅହମ୍ମଦଙ୍କୁ ସ୍କ୍ବାଡରେ ସ୍ଥାନ ମିଳିନାହିଁ । ବାବର ଆଜମଙ୍କୁ ଟିମର ନେତୃତ୍ବ ଭାର ମିଳିଥିବାବେଳେ ତାଙ୍କ ଡେପୁଟି ଭାବେ ସଦାବ ଖାନ୍ ରହିଛନ୍ତି ।
ଅକ୍ଟୋବର ୨୪ ତାରିଖରେ ଟି୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଏଥିପାଇଁ ପାକିସ୍ତାନ ଏକ ମଜଭୁତ୍ ଟିମ୍ ଘୋଷଣା କରିଛି । ଟି-୨୦ ବିଶ୍ବକପ ପୂର୍ବରୁ ପାକିସ୍ତାନ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୪ ମଧ୍ୟରେ ଲାହୋର ଓ ରାୱଲପିଣ୍ଡିରେ ୭ ଟି-୨୦ ମ୍ୟାଚ୍ ଖେଳିବ । ଏହି ସିରିଜ୍ ଜରିଆରେ ପାକିସ୍ତାନ ବିଶ୍ବକପ ପ୍ରସ୍ତୁତି କରିବା ଲକ୍ଷ୍ୟ ରଖିଛି ।