ରାୱଲପିଣ୍ଡି:ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ନୱାଜ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ COVID-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନିୟମ ଅନୁଯାୟୀ, ନୱାଜଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ପିଣ୍ଡି କ୍ରିକେଟ ଷ୍ଟାଡିୟମରେ ସେପ୍ଟେମ୍ବର ୧୭ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ବୁଧବାର ଇସଲାମାବାଦରେ ପହଞ୍ଚିଥିଲେ ବାମହାତୀ ସ୍ପିନର ନୱାଜ । ଫଳରେ ଦ୍ବିତୀୟ ରାଉଣ୍ଡରେ ଟେଷ୍ଟ ସମୟରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ PCB ପକ୍ଷରୁ ଘୋଷଣା କରାଯାଇଛି ।