ଓଡିଶା

odisha

ETV Bharat / sports

Emerging Asia Cup 2023 Final: ଭାରତର ଶୋଚନୀୟ ପରାଜୟ, ଫାଇନାଲ୍‌ରେ ପାକିସ୍ତାନ ଚମ୍ପିଆନ୍‌ - ଏମର୍ଜିଂ ଏସିଆ କପ ଫାଇନାଲରେ ଭାରତର ଶୋଚନୀୟ ପରାଜୟ

ଏସିସି ଏମର୍ଜିଂ ଏସିଆ କପ୍‌ ଫାଇନାଲରେ ଶୋଚନୀୟ ପରାଜୟ ବରଣ କରିଛି ଭାରତ । ତାହା ପୁଣି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୫୨ ରନ କରିଥିବା ବେଳେ ମାତ୍ର ୨୨୪ ରନରେ ଅଟକି ଯାଇଛି ଟିମ ଇଣ୍ଡିଆ ଏ । ଅଧିକ ପଢ଼ନ୍ତୁ

Emerging Asia Cup 2023 Final
Emerging Asia Cup 2023 Final

By

Published : Jul 23, 2023, 10:13 PM IST

କଲମ୍ବୋ: ଏସିସି ଏମର୍ଜିଂ ଏସିଆ କପ ଫାଇନାଲରେ ଭାରତର ଶୋଚନୀୟ ପରାଜୟ । ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିଲା ଭାରତ । ଶ୍ରୀଲଙ୍କାରେ ଆୟୋଜିତ ହୋଇଥିବା ଏହି ଏସିସି ଏମର୍ଜିଂ ଏସିଆ କପରେ ସେମି ଫାଇନାଲ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ଜାରି ରଖିଥିବା ଭାରତ-ଏ ଦଳ ଫାଇନାଲରେ କିନ୍ତୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ୩୫୩ ରନର ବିଜୟ ଲକ୍ଷ୍ୟ ନେଇ ୧୨୮ ରନରେ ବଡ଼ ପରାଜୟ ବରଣ କରିଛି ଭାରତ ।

ମ୍ୟାଚ୍‌ ଆରମ୍ଭରୁ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭାରତ-A ଅଧିନାୟକ ୟଶ ଧୂଲ । ତେବେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଧୂଆଁଧାର ଆରମ୍ଭ କରିଥିଲେ ପାକିସ୍ତାନ ଓପନର । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳି ଦଳ ପାଇଁ ଦୃଢ଼ ମୂଳଦୂଆ ପକାଇଥିଲେ । ସାଇମ ଆୟୁବ ୫୯ ଓ ସାହିବଜାଦା ଫରହାନ ୬୫ ରନ କରି ଆଉଟ ହୋଇଥିଲେ । ତୃତୀୟ କ୍ରମରେ ଓମାର ୟୁସୁଫ୍‌ ୩୫ ରନ କରିଥିବା ବେଳେ ତୟାବ ତାହିର ଭାରତୀୟ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡ଼ିଥିଲେ । ସେ କେବଳ ୭୧ ବଲରେ ୧୦୮ ରନ୍‌ କରି ଧୂଆଁଧାର ଶତକ ହାସଲ କରିଥିଲେ । ଅନ୍ୟାନଙ୍କ ମଧ୍ୟରେ ମୁବାସିର ଖାନ ୩୫ ରନ୍‌ କରି ଆଉଟ ହୋଇଥିଲେ । ତେବେ ଶକ୍ତିଶାଳୀ ବ୍ୟାଟିଂ ବିଭାଗ ବଳରେ ପାକିସ୍ତାନ-ଏ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୫୨ ରନ୍‌ କରିଥିଲା । ଭାରତ ପକ୍ଷରୁ ହଙ୍ଗରଗେକର ଓ ରିୟାନ ପରାଗ ୨ଟି ଲେଖାଏଁ ସଫଳତା ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହର୍ଷିତ ରାଣା, ମାନବ ସୂତାର ଓ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Emerging Asia Cup Final: ଆଜି ଫାଇନାଲ ଫାଇଟ, ଭାରତ-ଏ ବନାମ ପାକିସ୍ତାନ-ଏ ମହାମୁକାବିଲା

ଏହାପରେ ଭାରତ-ଏ'କୁ ବିଜୟ ପାଇଁ ୩୫୩ ରନର ଆବଶ୍ୟକତା ରହିଥିଲା । ହେଲେ ଭାରତୀୟ ଓପନର ସାଇ ସୁଦର୍ଶନ କେବଳ ୨୯ ରନ୍‌ ହିଁ କରିବାରେ ସଫଳ ହୋଇଥିଲେ । ନିକିନ ଜୋଶ ୧୧ ରନ୍‌ କରି ଆଉଟ ହୋଇଥିଲେ ମଧ୍ୟ ଅଭିଷେକ ଶର୍ମା ଦଳ ପକ୍ଷରୁ ସର୍ବାଧିକ ୬୧ ରନ୍‌ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ୟଶ ଧୂଲ ୩୯ ରନ୍‌ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟର ୨୦ ରନ୍‌ ସ୍ପର୍ଶ କରିବାରେ ଅସମର୍ଥ ହୋଇଥିଲେ । ଫଳରେ ୪୦ ଓଭରରେ ୨୨୪ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ଭାରତ । ଏହାସହ ଏହି ଫାଇନାଲ ମୁକାବିଲାରେ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ୧୨୮ ରନରେ ହାରି ଉପବିଜେତା ହୋଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details