ଜୟପୁର:ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ ପୂର୍ବତନ ଭାରତୀୟ ତଥା ରାଜସ୍ଥାନ ଦ୍ରୁତ ବୋଲର ପଙ୍କଜ ସିଂହ । 36 ବର୍ଷୀୟ ଦ୍ରୁତ ବୋଲର ଟିମ ଇଣ୍ଡିଆ ପାଇଁ ଦୁଇଟି ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି । ରାଜସ୍ଥାନ କ୍ରିକେଟ ସଂଘ(RCA)କୁ ଏକ ପତ୍ର ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି ।
ଅବସରକାଳୀନ ଘୋଷଣାପତ୍ରରେ ପଙ୍କଜ ଲେଖଛନ୍ତି, "ଏହା ସହଜ ନିଷ୍ପତ୍ତି ନଥିଲା, ମାତ୍ର ସବୁ କ୍ରୀଡାବିତଙ୍କ ଜୀବନରେ ଏହି ଦିନ ଆସେ, ଯେବେ ବିଦାୟ ନେବାକୁ ପଡେ । ସମସ୍ତ ପ୍ରକାର କ୍ରିକେଟରୁ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରୁଛି ।"
ବାମହାତୀ ସ୍ପିନର ଦ୍ରୁତ ବୋଲର ରାଜସ୍ଥାନକୁ ପ୍ରାୟ ଗୋଟିଏ ଦଶନ୍ଧି ପ୍ରତିନିଧିତ୍ବ କରିବାପରେ 2018ରେ ପଣ୍ଡିଚେରୀ ଚାଲିଯାଇଥିଲେ । ଏହାର ଗୋଟିଏ ବର୍ଷ ପରେ ସେ ପୁନଃ ଫେରିବା ସହ ରାଜସ୍ଥାନ ପକ୍ଷରୁ ଖେଳିଥିଲେ । ଶେଷଥର ପାଇଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ନଜର ଆସିଥିଲେ ସେ ।