ଓଡିଶା

odisha

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦: ଜୁନ ୧ରୁ ମିଳିବ Online Tickets

By

Published : May 20, 2022, 7:19 PM IST

Updated : May 20, 2022, 9:25 PM IST

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ । ଜୁନ୍ ୧ ରୁ ଅନଲାଇନ ଟିକେଟ ବିକ୍ରି । ଅଧିକ ପଢନ୍ତୁ

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦: ଜୁନ ୧ରୁ ମିଳିବ Online Tickets
ପୂର୍ଣ୍ଣ ଦର୍ଶକରେ ବାରବାଟୀ ଫାଇଟ , ଜୁନ 1 ରୁ ମିଳିବ ଅନଲାଇନ ଟିକେଟ

କଟକ: ବାରବାଟୀକୁ ପୂର୍ଣ୍ଣ ଦର୍ଶକଙ୍କୁ BCCI ଅନୁମତି ଦେବା ପରେ ଆଜି ରାଜ୍ୟ ସରକାର ମଧ୍ୟ ଦେଇଛନ୍ତି ଗ୍ରୀନ ସିଗନାଲ । ମ୍ୟାଚ ପରିଚାଳନା ନେଇ OCA ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ପରେ ଅନଲାଇନ ଟିକେଟ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଅନଲାଇନ ଟିକେଟ ଉପଲବ୍ଧ ହେବ ।

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦: ଜୁନ ୧ରୁ ମିଳିବ Online Tickets

ଜୁନ 12 ରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଦ୍ବିତୀୟ ମ୍ୟାଚ । ଏହାର ସୁପରିଚାଳନା ନେଇ ଆଜି(ଶୁକ୍ରବାର) OCA ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । ମ୍ୟାଚ ପାଇଁ ଜୁନ୍ 1 ରୁ ଅନ୍‌ଲାଇନ ଟିକେଟ ମିଳିବା ନେଇ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଚଳିତ ଥର ଟିକେଟ ଦର ମଧ୍ୟ ବୃଦ୍ଧି ପାଇଥିବା ଘୋଷଣା ହୋଇଛି । ପୂର୍ବ ଅପେକ୍ଷା 18 ପ୍ରତିଶତ GST ଆଧାରରେ ଟିକେଟ ଦର ବଢିଥିବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା ।

ଗ୍ୟାଲେରୀ 1,2,3 ପାଇଁ 900 ଟଙ୍କା, ଗ୍ୟାଲେରୀ 2 ଓ 4 ପାଇଁ 700 ଟଙ୍କା, ଗ୍ୟାଲେରୀ 7 ପାଇଁ 600 ଟଙ୍କା , ଗ୍ୟାଲେରୀ 6 ନମ୍ବର( player concession)300 ଟଙ୍କା, ସ୍ପେଶାଲ ଏନକ୍ଲୋଜର-5000, ଏସି ବକ୍ସ-7000, ନ୍ୟୁ ପାଭିଲିୟନ-8000, କର୍ପୋରେଟ ବକ୍ସ -12000 ଏହିପରି ବୃଦ୍ଧି ପାଇଛି ।

ସେହିପରି 9 ଓ 10 ତାରିଖରୁ ଅଫ ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ପେ-ଟିମ ଜରିଆରେ ଅନଲାଇନ ଟିକେଟ ବୁକିଂ ହେବ ଏବଂ ଅଫ ଲାଇନ ଟିକେଟ ବିକ୍ରି ପାଇଁ HDFC ବ୍ୟାଙ୍କକୁ ଅନୁମତି ଦେଇଛି ଓସିଏ । ଅଫଲାଇନ ଟିକେଟ ବିକ୍ରି ବ୍ୟବସ୍ଥାକୁ ବିକେନ୍ଦ୍ରିତ କରିଛି ଓସିଏ । କଟକରେ ଓ ଭୁବନେଶ୍ବରରେ ଦୁଇଟି ଲେଖାଏଁ ଟିକେଟ କାଉଣ୍ଟର ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ସେପଟେ ପୂର୍ବ ମ୍ୟାଚଗୁଡିକ ଭଳି ଏହି ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ଏବଂ ବାଲିଯାତ୍ରା ପଡିଆରେ ସର୍ବ ସାଧାରଣଙ୍କ ପାଇଁ ଗାଡି ପାର୍କିଂର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 20, 2022, 9:25 PM IST

ABOUT THE AUTHOR

...view details