ଓଡିଶା

odisha

ETV Bharat / sports

Ind vs SA T-20: ଆଜିଠୁ ଅନଲାଇନ ଟିକେଟ ବିକ୍ରି - ବାରବାଟି ମ୍ୟାଚ ଅନଲାଇନ ଟିକେଟ ବିକ୍ରି

ଜୁନ 12 ତାରିଖ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଆଜିଠୁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି । ଅଧିକ ପଢନ୍ତୁ

ଆଜିଠୁ ଅନଲାଇନ ଟିକେଟ ବିକ୍ରି
ଆଜିଠୁ ଅନଲାଇନ ଟିକେଟ ବିକ୍ରି

By

Published : Jun 1, 2022, 9:43 AM IST

କଟକ: ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ଦିନ 11ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବ । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ । ଜଣେ ଦର୍ଶକ ଦୁଇଟି ଟିକେଟ କିଣି ପାରିବେ । ପେଟିଏମ ଆପ୍ ଓ ଇନସାଇଡକ ୱେବ ଜରିଆରେ ଅନଲାଇନ ଟିକେଟ ବୁକ୍‌ କରିବେ ଦର୍ଶକ ।

ଆଜିଠୁ ଅନଲାଇନ ଟିକେଟ ବିକ୍ରି

ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । 9 ତାରିଖରୁ 11 ତାରିଖ ମଧ୍ୟରେ ଦିନ 10ଟାରୁ 6 ଟା ମଧ୍ୟରେ ଅଫ୍‌ଲାଇନ୍‌ ଟିକେଟ ସଂଗ୍ରହ କରିବେ ଦର୍ଶକ । ତେବେ କିପରି ଟିକେଟ ବୁକିଂର ପ୍ରକ୍ରିୟା ରହିିଛି । ଅନଲାଇନ୍‌ ଟିକେଟ ବୁକିଂ ବେଳେ ଦେଇଥିବା ତଥ୍ୟ ମେଳ ନଖାଇଲେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ବୁକିଙ୍ଗ ସମୟରେ ଇମେଲ ଆଇଡ଼ି, ମୋବାଇଲ ନମ୍ବର, ପରିଚୟ ପତ୍ର ରହିବା ବାଧ୍ୟତାମୂଳକ । ଏହାକୁ ନେଇ ପେଟିଏମ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ଟିରେଟ ବୁକିଂ ପରେ 9 ରୁ 12 ତାରିଖ ପର୍ଯ୍ୟନ୍ତ ସେହି ଅନଲାଇନ ବୁକିଂ କାଗଜ ଦେଖାଇ ଟିକେଟ ନେଇ ପାରିବେ ଫ୍ୟାନ୍ସ । ଟିକେଟ ସଂଗ୍ରହ କରିବା ପାଇଁ କଟକର କେମ୍ବ୍ରିଜ ସ୍କୁଲ ଓ ଭୁବନେଶ୍ବରର ମଞ୍ଚେଶ୍ୱର ରେଳବାଇ ଷ୍ଟାଡିଅମରେ 3 ଟି କାଉଣ୍ଟର ଖୋଲାଯାଇଛି ।

For All Latest Updates

TAGGED:

cuttack news

ABOUT THE AUTHOR

...view details