ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ଡିସେମ୍ବର ୯) ଏକ ସ୍ମରଣୀୟ ଦିନ । ଠିକ୍ ୭ ବର୍ଷ ତଳେ ଆଜିର ଦିନରେ ବିରାଟ କୋହଲି ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍(first time in Test)ରେ ଭାରତର ନେତୃତ୍ବ ନେଇଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଆଡିଲେଡ୍ ଓଭାଲରେ କ୍ରିକେଟର ଲମ୍ବା ଫର୍ମାଟର ଅଧିନାୟକ ଡେବ୍ୟୁ କରିଥିଲେ କୋହଲି । ସେହି ମ୍ୟାଚ୍ରେ ୩୬୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୮ ରନ୍ର ପରାଜୟ ଭୋଗିଥିଲା । ମୂରଲି ବିଜୟ ଓ କୋହଲି ମ୍ୟାଚ୍ରେ ଏକସମୟରେ ଦମଦାର ବ୍ୟାଟିଂ କରିଥିଲେ ଓ ବିଜୟ ନିକଟତର କରାଇଥିଲେ ।
ମାତ୍ତ ବିଜୟଙ୍କୁ ୯୯ ରନ୍ର କଙ୍ଗାରୁ ଭେଟେରାନ ସ୍ପିନର ନାଥନ ଲାୟନ ଆଉଟ୍ କରି ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲେ । ଭାରତ ଏକସମୟରେ ୨୪୨/୩ ରହିଥିଲା ମାତ୍ର, ଲାୟନଙ୍କ ଘାତକ ବୋଲିଂ ପରେ ୩୧୫ ରନ୍ର ସମସ୍ତ ୱିକେଟ ହରାଇଥିଲା । ୧୫୨ ରନ୍ ବ୍ୟୟରେ ୭ଟି ୱିକେଟ ହାତେଇଥିଲେ ଲାୟନ । ସେହି ମ୍ୟାଚ୍ରେ ଲେଗ୍-ସ୍ପିନର କର୍ଣ୍ଣ ଶର୍ମାଙ୍କ ମଧ୍ୟ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଥିଲା ଓ ଏହା ତାଙ୍କର ଏକମାତ୍ର ଟେଷ୍ଟ ରହିଥିଲା ।
ମ୍ୟାଚ୍ର ଉଭୟ ଇଂନିସରେ କୋହଲି ଶତକୀୟ ଇଂନିସ ଖେଳିଥିଲେ ମାତ୍ର ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର, ମାଇକେଲ କ୍ଳାର୍କ ଓ ଷ୍ଟିଭ ସ୍ମିଥ୍ ବ୍ୟାଟ୍ରେ କମାଲ କରିଥିଲେ ।