ଓଡିଶା

odisha

ETV Bharat / sports

63 Not out: କ୍ରିକେଟର କଳାଦିନ, ଯେବେ ପଡିଆରେ ଟଳିପଡିଥିଲେ କ୍ରିକେଟର

କ୍ରିକେଟ ଇତିହାସରେ ଆଜିର ଦିନ (ନଭେମ୍ବର ୨୭) ଏକ କଳା ଦିନ । ଅଷ୍ଟ୍ରେଲୀୟ ବ୍ୟାଟର ଫିଲିପ ହ୍ୟୁଗ୍‌ସ ( Phillip Hughes), ସିନ ଆବଟ୍ଟଙ୍କ ଏହ ବାଉନ୍ସରକୁ ଖେଳିବାକୁ ପରାସ୍ତ ହୋଇଥିଲେ । ମୁଣ୍ଡରେ ବଲ୍‌ ବାଜିବା ପରେ ଅଚେତ ହୋଇ ପଡିଆରେ ପଡିଯାଇଥିଲେ । ଦୁଇଦିନ ହସ୍ପିଟାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

By

Published : Nov 27, 2021, 9:31 PM IST

On This Day in 2014: black day for cricket, Phillip Hughes Tragically Dies After Being Hit by Bouncer
63 Notout: କ୍ରିକେଟର କଳାଦିନ, ଯେବେ ପଡିଆରେ ଟଳିପଡିଥିଲେ କ୍ରିକେଟର

ହାଇଦ୍ରାବାଦ:କ୍ରିକେଟ ଇତିହାସରେ ଆଜିର ଦିନ (ନଭେମ୍ବର ୨୭) ଏକ କଳା ଦିନ(black day) । ଯେବେ କ୍ରିକେଟ ପଡିଆରେ ଚେତାଶୂନ୍ୟ ହୋଇପଡିଥିଲେ ଖେଳାଳି, ସେଦିନ ଧୋକା ଦେଇଥିଲା ସେହି ବ୍ୟାଟରଙ୍କ ନିଜର ପ୍ରିୟର ବ୍ୟାଟ । ସବୁଦିନ ପରି ଓପନର ବ୍ୟାଟର ଜଣଙ୍କ ପ୍ରସ୍ତୁତ ହୋଇ ବ୍ୟାଟିଂ ପାଇଁ କ୍ରିଜ୍‌ରେ ପହଞ୍ଚିଥିଲେ । ଅନ୍ୟ ମ୍ୟାଚ୍‌ ପରି ସେଦିନ ମଧ୍ୟ ନିଜ ଟିମ ପାଇଁ ଭଲ ଇଂନିସ ଟିଏ ଖେଳିବାକୁ କ୍ରିକେଟ ମୈଦାନକୁ ଓହ୍ଲାଇଥିଲେ । ମାତ୍ର ଜାଣିନଥିଲେ ଏହି ଇଂନିସ ତାଙ୍କ ଜୀବନର ଶେଷ ଇଂନିସ ହେବାକୁ ଯାଉଛି ଓ ଶେଷଥର ପାଇଁ ସେ ବାଉଣ୍ଟ୍ରୀ ସୀମାରେଖା ଡେଉଁ ପଡିଆରେ ପ୍ରବେଶ କରୁଛନ୍ତି ।

ସାଥୀ ଖେଳାଳି, ଅମ୍ପାୟର ହ୍ୟୁଗସଙ୍କୁ ଅଚେତ ଅବସ୍ଥାନରେ ଉଠାଇବା ସମୟରେ

ଅଷ୍ଟ୍ରେଲୀୟ ବ୍ୟାଟର ଫିଲିପ ହ୍ୟୁଗ୍‌ସ । ପ୍ରତିପକ୍ଷ ଟିମର ଜଣେ ବୋଲରଙ୍କ ତୀକ୍ଷ୍ଣ ବାଉନସ୍‌ର (bouncer) ସିଧା ଯାଇ ତାଙ୍କ ମୁଣ୍ଡରେ ଲାଗିଥିଲା । ସେଇଠି ଟଳିପଡିଥିଲେ ହ୍ୟୁଗ୍‌ସ । ଚେତାଶୂନ୍ୟ ଅବସ୍ଥାରେ ଆବୁଲାନ୍ସ ଯୋଗେଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସ୍ପିଟାଲରେ ଡାକ୍ତରୀ ଟିମଙ୍କ ଶତଚେଷ୍ଟା ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ସେ । ଖବର ପ୍ରଚାରିତ ହେବା ପରେ ସ୍ତବ୍ଧ ହୋଇଯାଇଥିଲା କ୍ରିକେଟ ଜଗତ ।

ବଲ୍‌ ବାଜିବା ପରେ ତଳେ ପଡିଯାଇଥିଲେ ଫିଲିପ ହ୍ୟୁଗ୍‌ସ

ଘଟଣା ଥିଲା ବର୍ଷ ୨୦୧୪ ନଭେମ୍ବର ୨୫ର, ଅଷ୍ଟ୍ରେଲିଆ କ୍ରିକେଟକୁ ଲାଗିଥିଲା ସବୁଠୁ ବଡ ଝଟ୍‌କା । ଜାତୀୟ ଟିମରେ ଲମ୍ବା ସମୟ ଧରି ଖେଳିବାକୁ ପ୍ରମୁଖ ଦାବିଦାର ଥିଲେ ହ୍ୟୁଗସ । ମାତ୍ର କେଇ ସେକେଣ୍ଡ ମଧ୍ୟରେ ସବୁ ସ୍ବପ୍ନ ମାଟିରେ ମିଶିଯାଇଥିଲା ଓ କ୍ରିକେଟ ପଡିଆରେ ସେ ଚିର ଅମର ଓ ଅପରାଜିତ ରହିଯାଇଥିଲେ ।

ବଲ୍‌ ବାଜିବା ପରେ ତଳେ ପଡିଯାଇଥିଲେ ଫିଲିପ ହ୍ୟୁଗ୍‌ସ

ଐତିହାସିକ ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ସାଉଥ୍‌ ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ୍‌ ୱେଲ୍ସ ମଧ୍ୟରେ ସେଫିଲ୍ଡ ସିଲ୍‌ଡ ମ୍ୟାଚ୍‌ ଖେଳାଯାଉଥିଲା । ଓପନିଂ ବ୍ୟାଟ୍‌ର ହ୍ୟୁଗ୍‌ସ ଅର୍ଦ୍ଧଶତକ ପୂରଣ କରିସାରି ବ୍ୟାଟିଂ କରୁଥିଲେ । ମାତ୍ର ୬୩ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ସିନ ଆବଟ୍ଟଙ୍କ ଏହ ବାଉନ୍ସରକୁ ଖେଳିବାକୁ ଯାଇ ସେ ପରାସ୍ତ ହୋଇଥିଲେ, ବଲ୍‌ଟି ସିଧା ତାଙ୍କ ମୁଣ୍ଡରେ ଲାଗିଥିଲା । କିଛି ସେକେଣ୍ଡ ତାଙ୍କୁ କିଛି ଦେଖାଯାଇନଥିଲା ପରେ ପଡିଆରେ ଟଳିପଡିଥିଲେ । ଏହି ଘଟଣା ଘଟିବା ବେଳେ ହ୍ୟୁଗ୍‌ସଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା ଓ ତାଙ୍କର ୨୬ତମ ଜନ୍ମଦିନକୁ ମାତ୍ର ଗୋଟିଏ ସପ୍ତାହ ବାକିଥିଲା ।

ଖେଳାଳି, ସପୋର୍ଟ ଷ୍ଟାଫ, ମେଡିକାଲ ଟିମ ଫିଲ୍ଡକୁ ଧାଇଁଥିଲେ ଓ ଚେତାଶୂନ୍ୟ ହୋଇଯାଇଥିବା ହ୍ୟୁଗ୍‌ସଙ୍କୁ ପାଭିଲିଅନ ନେଇଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ସିଡନୀର ଏକ ହସ୍ପିଟାଲରେ ତାଙ୍କର ସର୍ଜରୀ ହୋଇଥିଲା । ମାତ୍ର ଦୁଇଦିନ ମୃତ୍ୟୁ ସହ ସଂଗ୍ରାମ କରି ସେ ହାରିଯାଇଥିଲେ । ହସ୍ପିଟାଲ କତ୍ତୃପକ୍ଷ ତାଙ୍କୁ ନଭେମ୍ବର ୨୭ରେ ମୃତ ଘୋଷଣା କରିଥିଲେ । ଏହାପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଥିଲା ଓ ଖେଳାଳିଙ୍କ ହେଲମେଟ ପିନ୍ଧିବା ନେଇ ବିତର୍କ ଆରମ୍ଭ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ:Ind vs NZ: ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

ଡିସେମ୍ବର ୩ରେ ହ୍ୟୁଗ୍‌ସଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଅଷ୍ଟ୍ରେଲିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ଟଙ୍କ ସମେତ ଅନ୍ତିମ ସଂସ୍କାରରେ ଅନେକ କ୍ରିକେଟର ସାମିଲ ହୋଇଥିଲେ ।

ହ୍ୟୁଗସ୍‌ଙ୍କ ଅପରାଜିତ ୬୩ ରନ୍‌ ସବୁଦିନ ପାଇଁ ଅଧୁରା ରହିଯାଇଥିଲା । ଜଣେ ଯୁବ ଉଦୀୟମାନ ପ୍ରତିଭାସଂପନ୍ନ ବ୍ୟାଟରଙ୍କ ସବୁ ସ୍ବପ୍ନ ମୃତ୍ୟୁରେ ମଉଳିଯାଇଥିଲା । ସେ ଅଷ୍ଟ୍ରେଲିଆ ପକ୍ଷରୁ ମୋଟ ୨୬ଟି ଟେଷ୍ଟରେ ପ୍ରତିନିଧିତ୍ବ କରିଛନ୍ତି ଓ ୩ଟି ଶତକୀୟ ଇଂନିସ ସମେତ ୧୫୩୫ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆରେ ୨୫ଟି ମ୍ୟାଚ୍‌ ଖେଳିବା ସହ ୭୬.୦୯ ଷ୍ଟ୍ରାଇକ୍‌ରେଟ୍‌ ଓ ୩୫.୯୧ ଆଭରେଜରେ ୮୨୬ ରନ୍‌ ତାଙ୍କ ନାମରେ ରହିଛି । ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ୧୩୮ ରନ୍‌ର ଅପରାଜିତ ଇଂନିସ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରୁ ଅନ୍ୟତମ । ଏହି ଇଂନିସ ଅଷ୍ଟ୍ରେଲିଆକୁ ସିରିଜ ପରାଜୟରୁ ବର୍ତ୍ତିବାକୁ ସହାୟକ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details