ହାଇଦ୍ରାବାଦ:ଭାରତୀୟ କ୍ରିକେଟ ପାଇଁ ଆଜି (ଜୁନ 24) ଏକ ସ୍ମରଣୀୟ ଦିନ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଆଜିକୁ ଠିକ୍ 11 ବର୍ଷ ପୂର୍ବେ ଶ୍ରୀଲଙ୍କାକୁ 81 ରନ୍ରେ ହରାଇ ପଞ୍ଚମ ଏସିଆ କପ ଟାଇଟଲ ହାସଲ କରିଥିଲା ଟିମ ଇଣ୍ଡିଆ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଟ୍ରଫି 15 ବର୍ଷ ପରେ ବିଜୟୀ ହୋଇଥିଲା ମେନ୍ ଇନ ବ୍ଲୁ ।
ଭାରତ ପ୍ରଥମେ ଟସ୍ ଜିତିଥିଲା ଓ ଶ୍ରୀଲଙ୍କାର ରଙ୍ଗିରି ଡମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବ୍ୟାଟିଂ କରିଥିଲା । ଦିନେଶ କାର୍ତ୍ତିକଙ୍କ 66 ରନ୍, ରୋହିତ ଶର୍ମାଙ୍କ 41 ଓ ଶେଷ ଭାଗରେ ଧୋନିଙ୍କ ଦ୍ରୁତ 38 ରନ୍ର ଇଂନିସ ବଳରେ ନିର୍ଦ୍ଧାରିତ 20 ଓଭରରେ ଭାରତ 268/6 ରନ କରିପାରିଥିଲା ।
ଘରୋଇ ଦଳ ପକ୍ଷରୁ ଲସିଥ ମାଲିଙ୍ଗା ଓ ଥିଲିନା କାନ୍ଦମ୍ବି ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପରେ 269 ରନ୍ର ବିଜୟକୁ ପିଛା କରିଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ଶୀଘ୍ର ଶୀର୍ଷକ୍ରମର 3ଟି ୱିକେଟ ହରାଇଥିଲା ।