ଓଡିଶା

odisha

By

Published : Nov 25, 2021, 9:39 PM IST

ETV Bharat / sports

IND vs NZ: ଡେବ୍ୟୁ ଟେଷ୍ଟରେ ଶ୍ରେୟସଙ୍କ ସୁପର ଶୋ, ଭାରତ ୨୫୮/୪

କାନ୍ପୁ‌ରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 258/4 ସହ ଦୃଢ ସ୍ଥିତିରେ ରହିଛି । ଅଧିକ ପଢନ୍ତୁ

On debut, Iyer shows the way as India score 258/4
IND vs NZ: ଡେବ୍ୟୁ ଟେଷ୍ଟରେ ଶ୍ରେୟସଙ୍କ ସୁପର ଶୋ, ଭାରତ ୨୫୮/୪

କାନପୁର: ଏଠାରେ ଖେଳାଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତ ନାମରେ ହୋଇଛି । ଡେବ୍ୟୁ(debut) ଟେଷ୍ଟ ଖେଳୁଥିବା ଶ୍ରେୟସ ଆୟର ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 258/4 ସହ ଦୃଢ ସ୍ଥିତିରେ ରହିଛି ।

ଖେଳ ଶେଷ ହେବାବେଳକୁ ଶ୍ରେୟସ ଆୟର ୭୫* ଓ ରବିନ୍ଦ୍ର ଜାଡେଜା ୫୦* ରନ୍‌ କରି କ୍ରିଜ୍‌ରେ ଅପରାଜିତ ଅଛନ୍ତି ।

୧୫୪/୪ରୁ ତୃତୀୟ ତଥା ଶେଷ ସେସନର ଖେଳ ଆରମ୍ଭ କରିଥିଲେ ଆୟର ଓ ଜାଡେଜା । ଇଂନିସର ୬୮ତମ ଓଭରରେ ଅର୍ଦ୍ଧଶତକ ପୂରଣ କରିଥିଲେ ଆୟର ।

ସେହିପରି ଉଭୟ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳକୁ ଆଉ କୌଣସି କ୍ଷତି ପହଞ୍ଚିବାକୁ ଦେଇନଥିଲେ ।

ପୂର୍ବରୁ ପ୍ରଥମ ଟେଷ୍ଟର ଦ୍ବିତୀୟ ସେସନରେ ନ୍ୟୁଜିଲାଣ୍ଡ ବୋଲର ଘାତକ ପ୍ରଦର୍ଶନ ସହ ୩ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରିଥିଲେ । ଚେତେଶ୍ବର ପୂଜାରା, ଶୁଭମନ ଗିଲ୍‌ ଓ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଓପନର ମୟଙ୍କ ଅଗ୍ରୱାଲ ଶୀଘ୍ର ଆଉଟ୍‌ ହେବାପରେ ପୂଜାରା ଓ ଗିଲ୍‌ ଅର୍ଦ୍ଧଶତକୀୟ ଭାଗିଦାରୀ ସହ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୫୮/୪ (ଶ୍ରେୟସ ଆୟର୭୫*, ରବିନ୍ଦ୍ର ଜାଡେଜା ୫୦*, କେଲ୍‌ ଜେମିଏସନ ୩-୪୭) ବନାମ ନ୍ୟୁଜିଲାଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details