ଅହମ୍ମଦାବାଦ: ଗ୍ରୁପ୍ ଡି'ର ଦ୍ବିତୀୟ ମ୍ୟାଚ୍ରେ ସୌରାଷ୍ଟ୍ର ବିପକ୍ଷରେ ଟିମ୍ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପ୍ରଥମ ଇନିଂସରେ ସୌରାଷ୍ଟ୍ର ୫୦୧ରନ୍ କରି ଅଲ ଆଉଟ ହୋଇଛି । ଜବାବରେ ଓଡ଼ିଶା ମାତ୍ର ୫୨ ରନ୍ କରି ୩ ୱିକେଟ ହରାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଛି ।
ଏହି ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଚିରାଗ ଜାନି ୩୭୩ ବଲ୍ରେ ୨୩୫ ରନ୍ କରି ଓଡ଼ିଶାର ବୋଲରଙ୍କୁ ଧରାଶାୟୀ କରି ଦେଇଥିଲେ । ଏଥିରେ ୩୩ଟି ଚୌକା ସାମିଲ ଥିବା ବେଳଏ ୪ଟି ଛକା ସାମିଲ ଥିଲା । ଟିମ୍ ଓଡ଼ିଶାକୁ ଏହି ମ୍ୟାଚ ଜିତିବାକୁ ହେଲେ ଏହି ପାହାଡ଼ ଭଳି ସ୍କୋର୍କୁ ପାର୍ କରିବାକୁ ହେବ ।