ଓଡିଶା

odisha

ETV Bharat / sports

Senior women One Day Trophy: ଉତ୍ତରପ୍ରଦେଶକୁ ହରାଇ କ୍ବାର୍ଟର-ଫାଇନାଲରେ ଓଡିଶା

BCCI ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ଟିମ ଓଡିଶାର ଜବରଦସ୍ତ ପ୍ରଦର୍ଶନ । ଶନିବାର ଦମଦାର ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଅଧିକ ପଢନ୍ତୁ...

By

Published : Nov 13, 2021, 10:37 PM IST

Odisha beat Uttar pradesh enter quarterfinal of Senior women One Day Trophy
Senior One Day Trophy: ଉତ୍ତର ପ୍ରଦେଶକୁ ହରାଇ କ୍ବାର୍ଟର-ଫାଇନାଲରେ ଓଡିଶା

ବେଙ୍ଗାଲୁରୁ: ଚଳିତ BCCI ସିନିୟର ମହିଳା ଏକଦିବସୀୟ ଟ୍ରଫିରେ ଟିମ ଓଡିଶାର ଜବରଦସ୍ତ ପ୍ରଦର୍ଶନ । ଶନିବାର ଦମଦାର ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ସ୍ଥାନୀୟ ଏଲୁର କ୍ରିକେଟ ଷ୍ଟାଡିୟମ, ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରି-କ୍ବାର୍ଟର ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ୧୩ ରନ୍‌ରେ ମାତ୍‌ ଦେଇଛି ମଧୁସ୍ମିତା ବେହେରାଙ୍କ ନେତୃତାଧୀନ ଟିମ ଓଡିଶା ।

ପ୍ରଥମେ ବ୍ୟାଟିଂ କରି ଓଡିଶା ୨୪ ଓଭରରେ ୫ ୱିକେଟ ହରାଇ ୧୦୦ ରନ୍‌ ସଂଗ୍ରହ କରିଥିଲା । ଓଡିଶା ପକ୍ଷରୁ ମାଧୁରୀ ମେହେଟ୍ଟା ୪୬ ବଲ୍ରୁ ୨ଟି ଚୌକା ସହାୟତାରେ ୩୧ ଓ କାଜଲ ଜେନା ୩୪ ବଲ୍‌ରୁ ୨୧ ରନ୍‌ର ଇଂନିସ ଖେଳିଥିଲେ । ୱିକେଟ କିପର ବ୍ୟାଟର ପ୍ରଜ୍ଞାନ ପି ମହାନ୍ତି ଅପରାଜିତ ୨୪ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ଅଧିନାୟିକା ମଧୁସ୍ମିତା ବେହେରା ୧୪ ରନ୍‌ କରିଥିଲେ । ଫଳରେ ଉତ୍ତର ପ୍ରଦେଶ ସାମ୍ନାରେ ୧୦୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ।

ଜବାବରେ ମାତ୍ର ୮୭ ରନ୍‌ କରିବାକୁ ସମର୍ଥ ହୋଇଥିଲା ମୁଶକାନ ମଲିକଙ୍କ ନେତୃାତାଧିନ ଉତ୍ତର ପ୍ରଦେଶ ଟିମ। ଓଡିଶା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ୨୧.୪ ଓଭରରେ ଅଲଆଉଟ୍‌ ହୋଇଯାଇଥିଲା ଟିମ ।

ଓଡିଶା ପକ୍ଷରୁ ୪.୪ ଓଭର ବୋଲିଂ କରି ୧୩ ରନ୍‌ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାତେଇଥିଲେ ରସନରା ପରବିନ । ପ୍ରିୟଙ୍କା ପ୍ରିୟଦର୍ଶିନୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ସୁଜାତା ମଲିକ, ମଧୁସ୍ମିତା ବେହେରା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details