ଓଡିଶା

odisha

ETV Bharat / sports

ଚାଲିଥିଲା ରଣଜୀ ମ୍ୟାଚ୍‌, ହଠାତ୍‌ ପଡିଆରେ ଶୋଇଗଲେ ଖେଳାଳି - ଆକ୍ରମଣରୁ ରକ୍ଷା ପାଇବା ପାଇଁ ପଡ଼ିଆରେ ଶୋଇଗଲେ ଖେଳାଳି

ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ରଣଜୀ ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଧ୍ୟକୁ ପଶିଗଲେ ମହୁମାଛି । ଆକ୍ରମଣରୁ ରକ୍ଷା ପାଇବା ପାଇଁ ଖେଳ ବନ୍ଦ କରି ପଡ଼ିଆରେ ଶୋଇଗଲେ ଅମ୍ପାୟାର ଓ ଅନ୍ୟ ଖେଳାଳି । ଅଧିକ ପଢ଼ନ୍ତୁ

ମ୍ୟାଚ୍‌ ସମୟରେ ପଡ଼ିଆ ମଧ୍ୟକୁ ପଶିଗଲେ ମହୁମାଛି
ମ୍ୟାଚ୍‌ ସମୟରେ ପଡ଼ିଆ ମଧ୍ୟକୁ ପଶିଗଲେ ମହୁମାଛି

By

Published : Jan 19, 2023, 10:31 AM IST

ମ୍ୟାଚ୍‌ ସମୟରେ ପଡ଼ିଆ ମଧ୍ୟକୁ ପଶିଗଲେ ମହୁମାଛି

ଲକ୍ଷ୍ନୌ: ମେରଟରେ ଜାରି ରହିଛି ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ରଣଜୀ ମ୍ୟାଚ୍‌ । ତେବେ ବୁଧବାର ମ୍ୟାଚ୍‌ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ଚାଲିଥିବା ସମୟରେ ଅମ୍ପାୟାରଙ୍କ ସମେତ ସମସ୍ତ ଖେଳାଳି ପଡ଼ିଆରେ ଶୋଇ ପଡ଼ିଥିଲେ । ଏହା ଦେଖି ଉପସ୍ଥିତ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ହଠାତ ପଡ଼ିଆ ମଧ୍ୟକୁ ମହୁମାଛି ଆସିଯିବାରୁ ଏଭଳି ଘଟିଥିବା ଜଣାପଡ଼ିଛି ।

ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ହଠାତ ପଡ଼ିଆ ମଧ୍ୟକୁ ମହୁମାଛି କେଉଁଠାରୁ ଆସିଥିଲେ, ତାହା ଜଣାପଡ଼ିନାହିଁ । ତେବେ ମହୁମାଛି ଆକ୍ରମଣରୁ ବଞ୍ଚିବା ପାଇଁ ଅମ୍ପାୟାରଙ୍କ ସମେତ ସମସ୍ତ ଖେଳାଳି ପଡ଼ିଆ ମଧ୍ୟରେ ଶୋଇଯାଇଥିଲେ ।

ପ୍ରକାଶ ଥାଉକି, ଉତ୍ତରପ୍ରଦେଶର ମେରଟ ସ୍ଥିତ ଭିକ୍ଟୋରିଆ ପାର୍କ ନିକଟ ଭାମାଶାହ ମୈଦାନରେ ୧୭ ଜାନୁଆରୀରୁ ଉତ୍ତରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ରଣଜୀ ମୁକାବିଲା ଆରମ୍ଭ ହୋଇଛି । ବୁଧବାର ଏହି ମ୍ୟାଚ୍‌ର ଦ୍ବିତୀୟ ଦିନ ଥିଲା । ପ୍ରଥମ ଦିନରେ ଓଡ଼ିଶା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଲଞ୍ଚ ବ୍ରେକ୍‌ ପୂର୍ବରୁ ଓଡ଼ିଶାକୁ ଅଲ ଆଉଟ କରିଦେଇଥିଲା ଉତ୍ତରପ୍ରଦେଶ ଦଳ । ଏହାପରେ ଉତ୍ତରପ୍ରଦେଶ ଦଳ ବ୍ୟାଟିଂ ଆରମ୍ଭ କରିଥିଲେ । ଏହି ସମୟରେ ମହୁମାଛି ହଠାତ ପଡ଼ିଆ ମଧ୍ୟକୁ ଆସିଯାଇଥିଲେ । ତେବେ ମହୁମାଛି ଆକ୍ରମଣରୁ ବଞ୍ଚିବା ପାଇଁ ପ୍ରାୟ ୩ ମିନିଟ ପର୍ଯ୍ୟନ୍ତ ସମସ୍ତ ଖେଳାଳି ପଡ଼ିଆ ମଧ୍ୟରେ ଶୋଇ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details