ଦୁବାଇ:ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚ୍ ଖେଳୁଛି ନ୍ୟୁଜିଲାଣ୍ଡ । ମାତ୍ର କେନ୍ ୱଲିୟମସନଙ୍କ ଟିମକୁ ଲାଗିଛି ବଡ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଲୋକି ଫର୍ଗୁସନ ।
ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସଂପୂର୍ଣ୍ଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ଫର୍ଗୁସନ । ନ୍ୟୁଜିଲାଣ୍ଡ କ୍ରିକେଟ(NZC) ଏକ ବିଜ୍ଞପ୍ତି ଜାରି କରିବା ସହ ଏନେଇ ସ୍ପଷ୍ଟ କରିଛି । ଫର୍ଗୁସନଙ୍କୁ ସୁସ୍ଥ ହେବାକୁ ଅତିକମ୍ରେ ତିନିରୁ ଚାରି ସପ୍ତାହ ସମୟ ଲାଗିବ ।