ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ସୋମବାର ନିଜ ପିତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ତାଙ୍କ ଶକ୍ତିର ଉତ୍ସକୁ(pillar of strength) ହରାଇ ଦେଲେ ବୋଲି କହିଛନ୍ତି । କ୍ୟାନସର ସହ ଦୀର୍ଘ ଦିନ ଲଢେଇ ପରେ ରାଇନାଙ୍କ ପିତା ରବିବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ପିତାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସୁରେଶ ରାଇନା - ସୁରେଶ ରାଇନା ପିତାଙ୍କ ମୃତ୍ୟୁ
ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ସୋମବାର ନିଜ ପିତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ତାଙ୍କର ଶକ୍ତିର ଉତ୍ସକୁ(pillar of strength) ହରାଇଦେଲେ ବୋଲି କହିଛନ୍ତି । ଅଧିକ ପଢନ୍ତୁ
![ପିତାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସୁରେଶ ରାଇନା 'No words can describe the pain': Raina mourns his father's demise](https://etvbharatimages.akamaized.net/etvbharat/prod-images/768-512-14397653-thumbnail-3x2-raina.jpg)
ଫଳରେ ସୋମବାର ପୂର୍ବତନ ଭାରତୀୟ ବ୍ୟାଟ୍ର ନିଜର ପିତାଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ରାଇନା ଟ୍ବିଟ୍ରେ ଲେଖିଛନ୍ତି, ‘‘ପିତାଙ୍କୁ ହରାଇବାର ଦୁଃଖକୁ କୌଣସି ଶବ୍ଦରେ ବର୍ଣ୍ଣନା କରିପାରିବ ନାହିଁ । ମୋର ପ୍ରମୁଖ ସହଯୋଗୀ ଓ ଶକ୍ତିର ଉତ୍ସକୁ ହରାଇଲି । ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେ ଲଢେଇ କରିଛନ୍ତି ।" ଏଥିସହ ପିତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ରାଇନା ସର୍ବଦା ନିଜର ଖେଳୁଆଡ ମନୋଭାବ ଓ ଟିମର ଜଣେ ମ୍ୟାଚ୍ ବିଜେତା ଭାବେ ରହିଛନ୍ତି । ବାମହାତୀ ବିସ୍ଫୋରକ ବ୍ୟାଟ୍ର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୩୫.୩୧ ଆଭରେଜରେ ୫,୬୧୫ ରନ୍ ସଂଗ୍ରହ କରିଛନ୍ତି । ସେହିପରି କ୍ରିକେଟର ଲମ୍ବା ଫର୍ମାଟରେ ୧୬୮ ରନ୍ ମଧ୍ୟ ତାଙ୍କ ନାମରେ ରହିଛି ଓ ସେଥିମଧ୍ୟରେ ୧୨୦ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।