ଦୁବାଇ: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ ୨୦୨୧ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପୂର୍ବତନ ଶ୍ରୀଲଙ୍କା ଅଫ-ସ୍ପିନର ମୁଥୟା ମୂଲରିଧରନଙ୍କ ବଡ ବୟାନ । କୌଣସି ଟିମ୍କୁ ନିର୍ଦ୍ଦିଷ୍ଟ ଭାବେ ଟ୍ରଫି ବିଜେତା ଦାବିଦାର କୁହାଯାଇପାରିବ ନାହିଁ, ଯାହାକି ଆଗାମୀ ଟି-୨୦ ବିଶ୍ବକପକୁ ଅଧିକ ରୋମାଞ୍ଚକ କରିବ ।
ଏହା କହିଛନ୍ତି କିମ୍ବଦନ୍ତୀ ସ୍ପିନର ମୂଲରିଧରନ । ଅକ୍ଟୋବର ୧୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ UAE ଓ ଓମାନରେ ଆରମ୍ଭ ହେବାକୁ ଯାଉଛି । ବିଶ୍ବକପରେ ଟୁର୍ଣ୍ଣାମେଣ୍ଟର ପାୱରପ୍ଲେ ଓଭର ଉଭୟ ବ୍ୟାଟିଂ ଓ ବୋଲିଂ ଟିମ ପାଇଁ ନିର୍ଣ୍ଣାୟକ ହେବ । ପ୍ରାୟ ୬୦ରୁ ୭୦ ପ୍ରତିଶତ ମ୍ୟାଚ୍ ଫଳାଫଳ ପ୍ରଥମ ୬ ଓଭର ପ୍ରଦର୍ଶନ ଉପରେ ନିର୍ଭର କରିବ କହିଛନ୍ତି ମୂଲରିଧରନ ।