ଓଡିଶା

odisha

ETV Bharat / sports

ସନ୍ନ୍ୟାସ ନେବେ ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ - ୱାଟଲିଂଙ୍କ ଅବସର

ଇଂଲଣ୍ଡ ଗସ୍ତ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ । ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

ସନ୍ନ୍ୟାସ ନେବେ ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ
ସନ୍ନ୍ୟାସ ନେବେ ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ

By

Published : May 12, 2021, 7:55 PM IST

ନୂଆଦିଲ୍ଲୀ:ଇଂଲଣ୍ଡ ଗସ୍ତ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ନ୍ୟୁଜିଲାଣ୍ଡ ୱିକେଟ କିପର ବିଜେ ୱାଟଲିଂ । ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି । ଏହି 35 ବର୍ଷୀୟ କ୍ରିକେଟର 2009ରୁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ 73ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି ।

2021-22 ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ଆସୋସିଏସନ ପକ୍ଷରୁ ନୂଆ କଣ୍ଟ୍ରାକ୍ଟ କରାଯିବ । ଆସନ୍ତା 14 ତାରିଖ ଦିନ ଏହି କଣ୍ଟ୍ରାକ୍ଟ ଘୋଷଣା ହେବାକୁ ଥିବାବେଳେ ଏଥିରୁ ଓହରି ଯାଇଛନ୍ତି ବିଜେ ୱାଟଲିଂ ।

ଏହାକୁ ନେଇ ବିଜେ ୱାଟଲିଂ କହିଛନ୍ତି ଯେ, "ଅବସର ନେବା ପାଇଁ ଏହା ପ୍ରକୃତ ସମୟ । ନ୍ୟୁଜିଲାଣ୍ଡ ପାଇଁ ଖେଳିବା ଏକ ଗର୍ବର ବିଷୟ । ଟେଷ୍ଟ ମ୍ୟାଚ ହେଉଛି କ୍ରିକେଟର ପ୍ରକୃତ ଖେଳ । ସାଥି ଖେଳାଳୀଙ୍କୁ ମୁଁ ଧନ୍ୟବାଦ ଦେଉଛି । ମୁଁ ଡ୍ରେସିଂ ରୁମରେ କିଛି ବଡ଼ବଡ଼ ଖେଳାଳିଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇଛି । ଏଥିପାଇଁ ମଧ୍ୟ ଗର୍ବିତ । ମୋ କ୍ୟାରିୟରରେ ମୁଁ ଅନେକ ଲୋକଙ୍କଠାରୁ ସାହାଯ୍ୟ ପାଇଛି । ସେମାନଙ୍କୁ ଧନ୍ୟବାଦ ଦେଉଛି ।"

ବିଜେ ୱାଟଲିଂ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ । ଏହାପରେ ଭାରତ ବିପକ୍ଷରେ ଟେଷ୍ଟ ଚମ୍ପିଆନସିପ ଫାଇନାଲ ତାଙ୍କ ଶେଷ ମ୍ୟାଚ ହେବ । ସେ ବିଶ୍ବର ନବମ ବ୍ୟାଟସମ୍ୟାନ ଭାବରେ ଦ୍ବିଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details