ୱେଲିଂଟନ୍: ନ୍ୟୁଜିଲାଣ୍ଡ ଦଳରେ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟ ଭାବର ଶିକାର ହୋଇଥିଲେ ପୂର୍ବତନ କ୍ରିକେଟର ରସ୍ ଟେଲର । ଟିମ୍ ଅଫିସିଆଲ୍ ତାଙ୍କ ସହ ଏଭଳି ବ୍ୟବହାର କରିଥିବା ନେଇ ସେ ଖୋଦ ଖୁଲାସା କରିଛନ୍ତି । ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା କ୍ରିକେଟରଙ୍କ ଏହି ଖୁଲାସା ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଉପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।
ଡ୍ରେସିଂରୁମ୍ରେ କିଛି ଟିମ୍ ଅଫିସିଆଲ୍ ତାଙ୍କୁ ବର୍ଣ୍ଣବୈଷମ୍ୟ କମେଣ୍ଟ କରିଥିଲେ । ଏହାକୁ ନେଇ ନିଜେ ଲେଖିଥିବା ବହିରେ ଖୁଲାସା କରିଛନ୍ତି ରସ୍ ଟେଲର । ଏହି ୩୮ ବର୍ଷୀୟ ପୂର୍ବତନ କ୍ରିକେଟର 'ରସ୍ ଟେଲର ବ୍ଲାକ୍ ଆଣ୍ଡ ହ୍ବାଇଟ' ଶୀର୍ଷକ ଆତ୍ମଜୀବନୀ ଲେଖିଛନ୍ତି । ବହିରେ ସେ କହିଛନ୍ତି କିଭଳି ଭାବରେ ତାଙ୍କୁ ବଣ୍ଟର ବୋଲି ସମ୍ବୋଧନ କରି ଡକାଯାଉଥିଲେ ।