ହାମିଲଟନ:ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ଭାରତ । ଭାରତୀୟ ଚୂଡାନ୍ତ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୩୦୬ ରନ କରିଥିଲେ ସୁଦ୍ଧା ନ୍ୟୁଜିଲାଣ୍ଡ ଠାରୁ ୭ ଓ୍ବିକେଟରେ ପରାଜିତ ହୋଇଥିଲା । ଭାରତୀୟ ବୋଲର ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନ ଓ ଟମ ଲାଥମଙ୍କ ଯୋଡିକୁ ଭାଙ୍ଗିବାରେ ବିଫଳ ହୋଇଥିଲେ । ତେଣୁ ଆଜିର ମ୍ୟାଚରେ ଭାରତ ବୋଲିଂ ସ୍ଥିତିରେ ସୁଧାର ଆସିବା ନେଇ ଆଶା କରାଯାଉଛି । ସେହିପରି ବ୍ୟାଟିଂରେ ଭାରତୀୟ ଦଳ ପକ୍ଷରୁ ଶେଖର ଧାଓ୍ବନ, ଶୁଭମନ ଗିଲ ଓ ଶ୍ରେୟାସ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ । ନ୍ୟୁଜଲାଣ୍ଡ ୧-୦ରେ ଆଗୁଆ ଥିବା ବେଳେ ଆଜି ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ ।