ଓଡିଶା

odisha

ETV Bharat / sports

IND vs NZ 3rd ODI: ଧୋଇଗଲା ତୃତୀୟ ଦିନିକିଆ, ସିରିଜ ହାତେଇଲା ନ୍ୟୁଜିଲାଣ୍ଡ

ବର୍ଷା ଯୋଗୁଁ ବାହାରି ପାରିଲାନି ତୃତୀୟ ମ୍ୟାଚ୍‌ର ଫଳାଫଳ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌କୁ ୧-୦ ରେ ଜିତିଲା ନ୍ୟୁଜିଲାଣ୍ଡ (New Zealand Won ODI Series) । ଟମ୍‌ ଲାଥମ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି (Tom Latham Player Of The Series) ।

IND vs NZ 3rd ODI: ବର୍ଷା ଧୋଇଲା ତୃତୀୟ ଦିନିକିଆ, ୧-୦ ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ
IND vs NZ 3rd ODI: ବର୍ଷା ଧୋଇଲା ତୃତୀୟ ଦିନିକିଆ, ୧-୦ ରେ ସିରିଜ ହାତେଇଲା ନ୍ୟୁଜିଲାଣ୍ଡ

By

Published : Nov 30, 2022, 5:16 PM IST

ହାଇଦ୍ରାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌କୁ ୧-୦ ରେ ହାତେଇଲା କିୱି ଦଳ (New Zealand Won ODI Series) । ବାହାରି ପାରିଲାନି ତୃତୀୟ ମ୍ୟାଚ୍‌ର ଫଳାଫଳ । T20 ପରେ ଦିନିକିଆ ସିରଜ୍‌ରେ ମଧ୍ୟ ବର୍ଷା ସାଜିଲା ବାଧକ । ଶିଖର ଧାୱନଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ୨୨୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାପରେ କିୱି ଦଳ କେବଳ ୧୮ ଓଭର ଖେଳିଥିବା ସମୟରେ ବର୍ଷା ହେବାରୁ ଆଜିର ମ୍ୟାଚକୁ ରଦ୍ଦ କରାଯାଇଛି । ଟମ୍‌ ଲାଥମ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି (Tom Latham Player Of The Series) ।

ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ପ୍ରଥମେ T20 ସିରିଜ ଖେଳିଥିଲା । ଏଥିରେ ଦୁଇଟି ମ୍ୟାଚ୍‌ରେ ବର୍ଷା ଯୋଗୁଁ ଖେଳ ହୋଇ ପାରିନଥିବାବେଳେ ଗୋଟିଏ ମ୍ୟାଚ୍‌ ଜିତି DL ନିୟମ ଅନୁଯାୟୀ ଭାରତ ହାତେଇଥିଲା ସିରିଜ । ଏହାପରେ ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ସିରିଜ ଖେଳିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଦିନିକିଆ ସିରିଜ୍‌ରେ ଭାରତକୁ ୭ ୱିକେଟ୍‌ରେ ହରାଇ ମ୍ୟାଚ୍‌ ଜିତିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଏହାପରେ କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ବର୍ଷାର ଖେଳ । ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୧୨.୫ ଓଭରରେ ଗୋଟିଏ ୱିକେଟ ହରାଇ ୮୯ ରନ୍‌ ସଂଗ୍ରହ କରିଥିଲା ଭାରତ । କିନ୍ତୁ ଏହାପରେ ବର୍ଷା ହେବାରୁ ମ୍ୟାଚ ଆଗକୁ ବଢ଼ି ପାରିନଥିଲା ।

ଆଜି ତୃତୀୟ ଦିନିକିଆରେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କିୱି ଅଧିନାୟକ କେନ୍‌ ୱିଲିୟମସନ । ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ କେବଳ ୨୧୯ ରନ ସଂଗ୍ରହ କରି ସମସ୍ତ ୱିକେଟ ହରେଇଥିଲା ଭାରତ । ଏଥିରେ ଅଧିନାୟକ ଶିଖର ଧାୱନ ୪୫ ବଲରୁ ୨୮ ରନ, ଶ୍ରେୟସ ଆୟର ୫୯ ବଲରୁ ୪୯ ରନ୍‌ ଓ ଯୁବ ଅଲରାଉଣ୍ଡର ୱାସିଂଟନ୍‌ ସୁନ୍ଦର ୬୪ ବଲରୁ ୫୧ ରନଂର ଲଢ଼ୁଆ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୧୩, ଋଷଭ ପନ୍ତ ୧୦, ସୁର୍ଯ୍ୟକୁମାର ଯାଦବ ୬, ଦୀପକ ହୁଡା ୧୨, ଦୀପକ ଚହର ୧୨, ୟୁଜି ଚହଲ ୮ ଓ ଅର୍ଶଦୀପ ସିଂହ ୯ ରନ ସଂଗ୍ରହ କରିଥିଲେ । ଫଳରେ ନ୍ୟୁଜିଲାଣ୍ଡ ଆଗରେ ୫୦ ଓଭରରେ କେବଳ ୨୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଦ୍ବିତୀୟ ଇନିଂସ୍‌ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା କିୱି ଦଳ । ନ୍ୟୁଜିଲାଣ୍ଡର ପ୍ରରମ୍ଭିକ ବ୍ୟାଟର ଫିନ୍‌ ଆଲେନ ୫୪ ବଲରୁ ୫୭ ରନର ଦମଦାର ପାଳି ଖେଳିଥିଲେ । କିନ୍ତୁ ୧୭ ନମ୍ବର ଓଭରରେ ଭାରତୀୟ ଯୁବ ବୋଲିଂ ତାରକା ଉମ୍ରନ ମଲ୍ଲିକଙ୍କ ବଲରେ ଶିକାର ହୋଇଥିଲେ ଫିନ୍‌ ଆଲେନ । ଅନ୍ୟତମ କିବି ଓପ୍‌ନର୍‌ ଡେଭନ କନ୍‌ୱେ ୫୧ ବଲରୁ ୩୮ ରନ ସଂଗ୍ରହ କରିଥିଲେ । ଅଧିନାୟକ ୱିଲିୟମ୍‌ସନ ପିଚକୁ ଆସିଥିଲେ ମଧ୍ୟ ଖାତା ଖୋଲିବା ଆଗରୁ ବର୍ଷା ପ୍ରଭାବରେ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଲା । ଫଳରେ ସିରିଜକୁ ୧-୦ରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ତେବେ ପ୍ରଥମ ଦିନିକିଆରେ ୧୦୪ ବଲରୁ ୧୯ ଚୌକା ଓ ୫ ଛକା ସହିତ ଧୂଆଁଧାର ବ୍ୟାଚିଂ କରି ୧୪୫ ରନଂ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡ ୱିକେଟ କିପର ବ୍ୟାଟର ଟମ୍‌ ଲାଥମ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details