ଲଣ୍ଡନ:ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ସାମ୍ନାରେ 273 ରନ୍ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ । ତେବେ ଶେଷ ଦିନ ହୋଇଥିବାରୁ ଇଂଲଣ୍ଡ ପାଖରେ 75 ଓଭର ରହିଛି । ଓଭର ପିଛା 3.64 ହାରରେ ରନ୍ ସଂଗ୍ରହ କଲେ ଇଂଲଣ୍ଡ ଶେଷ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବାର ସୁଯୋଗ ରହିବ ।
ପ୍ରଥମ ଇଂନିସରେ 378 ରନ୍ରେ ଅଲଆଉଟ୍ ହେବାପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଇଂନିସ 169/6ରେ ଘୋଷଣା କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 273 ରନର ବିଜୟ ଲକ୍ଷ୍ୟ ରହିଛି । ଦ୍ବିତୀୟ ଇଂନିସରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ରହିଛନ୍ତି ଟମ ଲାଥମ(36) ଓ ରସ ଟେଲର (33) । ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଓଲି ରବିନସନ 26 ରନ୍ ବ୍ୟୟରେ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି ।