ସିଡନୀ: ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ରଖିଲା ନ୍ୟୁଜିଲାଣ୍ଡ । ଖେଳାଯାଉଛି ନ୍ୟଜିଲାଣ୍ଡ ପାକିସ୍ତାନ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ । ଉଭୟ ଦଳ ମଧ୍ୟରେ ଜାରି ରହିଛି ମୁକାବିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ କରିଛି କେନ୍ ୱିଲିୟମସନଙ୍କ ଟିମ୍ । ଡାର୍ଲି ମିଚେଲ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।
T20 World Cup: ନ୍ୟୁଜିଲାଣ୍ଡକୁ ୧୫୨ ରନରେ ରୋକିଲା ପାକିସ୍ତାନ - New Zealand set to 153 runs target for Pakistan
ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ରଖିଲା ନ୍ୟୁଜିଲାଣ୍ଡ । ଖେଳାଯାଉଛି ନ୍ୟଜିଲାଣ୍ଡ ପାକିସ୍ତାନ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ।
ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଛି କିୱି ଦଳ । ନ୍ୟୁଜିଲାଣ୍ଡ ଟସ୍ ଜିତି ଅଧିନାୟକ କେନ୍ ୱିଲିୟମସନ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମିଚେଲଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୧୫୨ ରନ୍ କରିବାରେ ସକ୍ଷମ ହୋଇପାରିଛି । ପ୍ରାରମ୍ଭରୁ ଓପନିଂ ଯୋଡିକୁ ଝଟକା ଲାଗିଥିଲା । ଓପନର୍ ଫିନ୍ ଆଲେନଙ୍କୁ ୪ ରନରେ ଆଉଟ କରି ସଅଳ ପାଭଲିୟନ ପଠାଇଥିଲେ ଷ୍ଟାର ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି । ଡେଭନ୍ କନୱେ ଓ ଅଧିନାୟକ କେନ୍ ୱିଲିୟମସନଙ୍କ ଇନିଂସ ଦଳୀୟ ସ୍କୋରକୁ ଆଗକୁ ବଢାଇଥିବା ସତ୍ତ୍ବେ ଉଭୟ ଧିମା ବ୍ୟାଟିଂ ଜାରି ରଖିଥିଲେ । ଏହା ପରେ ଦମଦାର ଫର୍ମରେ ମଇଦାନରେ ଏଣ୍ଟ୍ରି ମାରିଥିଲେ ଡାର୍ଲି ମିଚେଲ । ସେ ୩୫ ବଲରୁ ୩ ଟି ଚୌକା ଓ ଗୋଟିଏ ଛକା ବଳରେ ୫୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଡେଭନ୍ କନୱେ ୨୦ ବଲରୁ ୨୧ ରନ୍, ଅଧିନାୟକ ୱିଲିୟମସନ ୪୨ ବଲରୁ ୪୬ରନ୍, ଜେମ୍ସ ନିଶାମ ୧୨ ବଲରୁ ୧୬ ରନ କରିଛନ୍ତି । ପାକିସ୍ତାନର ସାହିନ ଆଫ୍ରିଦି ୨ଟି ୱିକେଟ ଅକ୍ତିଆର କରିଥିବାବା ବେଳେ ମହମ୍ମଦ ନୱାଜ ଗୋଟିଏ ୱିକେଟ ନେଇଛନ୍ତି । ପାକିସ୍ତାନ ୧୫୩ ରନ୍ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।