ଓଡିଶା

odisha

By

Published : Jan 21, 2023, 4:19 PM IST

Updated : Jan 21, 2023, 4:51 PM IST

ETV Bharat / sports

INDvsNZ 2nd ODI: ରାୟପୁରରେ ବୋଲରଙ୍କ କମାଲ, ୧୦୮ରେ ଅଲଆଉଟ ନ୍ୟୁଜିଲାଣ୍ଡ

ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ସିରିଜ ଜିତାବା ପାଇଁ ଭାରତକୁ ୧୦୯ ରନ ଆବଶ୍ୟକ । ଅଧିକ ପଢନ୍ତୁ

ରାୟପୁରରେ ବୋଲରଙ୍କ କମାଲ
ରାୟପୁରରେ ବୋଲରଙ୍କ କମାଲ

ରାୟପୁର :ଭାରତୀୟ ବୋଲରଙ୍କ ଘାତକ ବୋଲିଂ । ୧୦୮ ରନରେ ଅଲ ଆଉଟ ହେଲା ନ୍ୟୁଜିଲାଣ୍ଡ । ଆଜି ( ଶନିବାର ) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୪.୩ ଓଭରରେ ମାତ୍ର ୧୦୮ ରନ କରି ଅଲ ଆଉଟ ହୋଇଛି । ସିରିଜ ଜିତାବା ପାଇଁ ଭାରତକୁ ୧୦୯ ରନ ଆବଶ୍ୟକ । ମହମ୍ମଦ ସାମି ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି ।

ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ବ୍ଲାକ କେପ୍ସ । ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଥିଲେ କିୱି ବ୍ୟାଟର । ନିୟମିତ ବ୍ୟବଧାନରେ ନ୍ୟଜିଲାଣ୍ଡର ୱିକେଟ ପଡିବାରେ ଲାଗିଥିଲା । କିୱି ଦଳର ୩ ଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନାହାଁନ୍ତି । ଗ୍ଲେନ୍ ଫିଲିପ୍ସଙ୍କ ସର୍ବାଧିକ ୩୬ ରନ ବଳରେ ନ୍ୟୁଜିଲାଣ୍ଡ ୧୦୮ ରନ କରିବାରେ ସକ୍ଷମ ହୋଇଛି ।

10.୩ ଓଭର ତଥା ୧୫ ରନ ବେଳକୁ ନ୍ୟଜିଲାଣ୍ଡର ଅଧା ୱିକେଟ ପାଭଲିୟନ ଲେଉଟି ଯାଇଥିଲା । ମାତ୍ର ୧୫ ରନ ବେଳକୁ ଦଳ ୫ ଟି ୱିକେଟ ହରାଇ ସାରିବା ପରେ ଦଳୀୟ ସ୍କୋର ପାଇଁ ଚାପ ବଢିବାରେ ଲାଗିଥିଲା । ଏହା ପରେ ମିଚେଲ ବ୍ରାସ ୱେଲ ଜଗି ରଖି ଖେଳିଥିଲେ । ସେ ୧୮.୩ ଓଭରରେ ସାମିଙ୍କ ବୋଲରେ ଦ୍ବାରା ଆଉଟ ହୋଇ ପାଭଲିୟନ ଫେରିଥିଲେ । ସେ ୩୦ ବଲରୁ ୩ ଟି ଚୌକା ସହ ୨୨ ରନର ଇନିଂସ ଖେଳିଥିଲେ । ଏହା ପରେ ମିଚେଲ ସାଣ୍ଟନର ଏବଂ ଗ୍ଲେନ ଫିଲିପ୍ସ ପାଳି ସମ୍ଭାଳି ଥିଲେ । ଉଭୟଙ୍କ ଇନିଂସ ବଳରେ ଦଳୀୟ ସ୍କୋର ଆଗକୁ ବଢିବାରେ ସକ୍ଷମ ହୋଇଥିଲା । ଗ୍ଲେନ ଫିଲିପ୍ସ ଧୀମା ବ୍ୟାଟିଂ ଜାରି ରଖି ୫୨ ବଲରୁ ୫ ଟି ଚୌକା ସହାୟତାରେ ୩୬ ରନ କରିଥିଲେ । ସେହିପରି ମିଚେଲ ସାଣ୍ଟନର ୩୯ ବଲରୁ ୩ ଟି ଚୌକା ସହିତ ୨୭ ରନ କରିଥିଲେ ।

ଭାରତୀୟ ବୋଲର ରାୟପୁରରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମହମ୍ମଦ ସାମି ୬ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଥିଲେ । ୧୮ ରନ ବ୍ୟୟରେ ସେ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଦୁଇ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଏବଂ ୱାସିଙ୍ଗଟନ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, କୂଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ । ଭାରତ ୧୦୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated : Jan 21, 2023, 4:51 PM IST

ABOUT THE AUTHOR

...view details