କାନପୁର:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ(India vs New Zealand Test Match) ଭ୍ରମଣକାରୀ ଦଳ ମଜଭୁତ ସ୍ଥିତିରେ ରହିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା କିୱି ଦଳ ପ୍ରଥମ ଇନିଂସରେ ୫୭ ଓଭର ଖେଳି ବିନା କୌଣସି ୱିକେଟରେ ୧୨୯ ରନ୍ ସଂଗ୍ରହ କରିଛି(New Zealand scored 129 ) । ଦ୍ବିତୀୟ ଦିନର ଦ୍ବିତୀୟ ସେସନରେ ହିଁ ଭାରତୀୟ ଦଳ ୩୪୫ ରନ୍ରେ ଅଲ ଆଉଟ ହୋଇଥିଲା ।
ଏହାପରେ ପଡ଼ିଆକୁ କିୱି ଓପନର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଉଭୟ ବ୍ୟାଟର ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ଖେଳି ଭାରତୀୟ ବୋଲରଙ୍କୁ ୱିକେଟ ନେବାର କୌଣସି ସୁଯୋଗ ଦେଇନଥିଲେ । ୱିଲ୍ ୟଙ୍ଗ୍ ୭୫ ରନ୍ କରି ଅପରାଜିତ ଥିବା ବେଳେ ଟମ ଲାଥାମ ଅର୍ଦ୍ଧଶତକ ହାସଲ କରି ପିଚ୍ରେ ଅଛନ୍ତି । ଏବେବି ଭାରତଠାରୁ ୨୧୬ ରନ୍ ପଛରେ ରହିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ଦଳ ସ୍ଥିତି ଏବେ ମ୍ୟାଚରେ ସଦୃଢ଼ ରହିଛି । ଭାରତକୁ ମ୍ୟାଚରେ ଫେରିବାକୁ ହେଲେ ତୃତୀୟ ଦିନ ଆରମ୍ଭରୁ ୱିକେଟ ନେବାକୁ ହେବ ।