ୱେଲିଂଟନ:ଟି-୨୦ ବିଶ୍ବକପ୍ ପରେ କେନ ୱିଲିୟମସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତରେ ଆସିବା ନେଇ ସୂଚୀ ରହିଛି । ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ସ୍କ୍ବାଡ୍ ଘୋଷଣା କରିଛି ବ୍ଲାକ୍କ୍ୟାପ୍ସ । ସିନିୟର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ବାୟୋବବଲ ଥକ୍କା ଯୋଗୁଁ ଏହି ସିରିଜରୁ ଓହରି ଯାଇଛନ୍ତି । ଫଳରେ ଟେଷ୍ଟ ସ୍କ୍ବାଡ୍ରେ ୫ ସ୍ପିନରଙ୍କୁ ସାମିଲ କରିଛି ଟିମ ।
ଦୀର୍ଘ ସମୟ ଧରି ଏକାଧିକ ବାୟୋବବଲରେ ରହିଥିବାରୁ ବୋଲ୍ଟ ଓ ଦ୍ରୁତ ବୋଲିଂ ଅଲ-ରାଉଣ୍ଡର କଲିନ ଦି ଗ୍ରାଣ୍ଡହୋମ୍ ଏହି ଗସ୍ତରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ଖେଳାଳିଙ୍କ ନିଷ୍ପତ୍ତି ସର୍ବୋପରି ବୋଲି କହିଛନ୍ତି ବ୍ଲାକ୍କ୍ୟାପ୍ସ କୋଚ୍ ଗ୍ୟାରୀ ଷ୍ଟିଡ୍ ।