ଓଡିଶା

odisha

By

Published : Jan 29, 2023, 7:00 PM IST

Updated : Jan 29, 2023, 8:47 PM IST

ETV Bharat / sports

INDvsNZ 2nd T20I: ଟସ ଜିତିଲା ନ୍ୟୁଜିଲାଣ୍ଡ, ପ୍ରଥମେ ବୋଲିଂ କରିବ ଭାରତ

ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ପ୍ରଥମେ ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ନ୍ୟୁଜିଲାଣ୍ଡ

ଲକ୍ଷ୍ନୌ : ଟସ ଜିତିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବୋଲିଂ କରିବ ଭାରତ । ଆଜି (ରବିବାର) ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଟସ ଜିତି ଅଧିନାୟକ ମିଚେଲ ସାଣ୍ଟନର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଭାରତ ।

ପ୍ରଥମ ମ୍ୟାଚରେ ଭାରତ 21 ରନରେ ଭ୍ରମଣକାରୀ ନ୍ୟୁଜଲାଣ୍ଡଠାରୁ ପରାଜିତ ହୋଇଥିଲା । ଫଳରେ 0-1ରେ ପଛରେ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ ହାରିବା ପରେ ଆଜି ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ମେନ୍ ଇନ୍ ବ୍ଲୁ । ଏଥିପାଇଁ ଉଭୟ ବ୍ୟାଟି ଓ ବୋଲିଂ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିଛି ହାର୍ଦ୍ଦିକ ଏଣ୍ଡ କୋ ।

ସେପଟେ ପ୍ରଥମ ମ୍ୟାଚ ଜିତିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ । ତେବେ ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଇଥିଲ। । 3-0ରେ ଭାରତ କ୍ଲିନ୍‌ ସୁଇପ କରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡ ଦମଦାର ପ୍ରଦର୍ଶନ କରି ଭାରତଠାରୁ ବିଜୟ ଛଡାଇ ନେଇଥିଲା । ଆଜି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ।

ଚୂଡାନ୍ତ ଏକାଦଶ ଭାରତ - ଶୁବମନ ଗିଲ, ଇଶାନ କିଶାନ (ୱିକେଟ କିପର), ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ୱିସିଙ୍ଗଟନ ସୁନ୍ଦର, ଶିଭମ ମାଭି, କୂଲଦୀପ ଯାଦବ, ୟୁଜିବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ ।

ଚୂଡାନ୍ତ ଏକାଦଶ ନ୍ୟୁଜିଲାଣ୍ଡ - ଫିନ ଆଲେନ, ଡେଭନ କନୱେ (ୱିକେଟ କିପର), ମାର୍କ ଚପମେନ, ମାଇକେଲ ବ୍ରାସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଇସ ସୋଧି, ଜକାବ ଡୁଫଲି, ଲକି ଫରଗୁସନ, ବ୍ଲେର ଥିକନର ।

Last Updated : Jan 29, 2023, 8:47 PM IST

ABOUT THE AUTHOR

...view details