ଓଡିଶା

odisha

ETV Bharat / sports

କ୍ରିକେଟରୁ ରସ ଟେଲରଙ୍କ ଅବସର

କ୍ରିକେଟରୁ ନ୍ୟୁଜିଲାଣ୍ଡ ଖେଳାଳି ରସ ଟେଲରଙ୍କ ଅବସର ଘୋଷଣା (Ross Taylor To Retire From International Cricket ) । ବିଶ୍ବ ଚାମ୍ପିୟନସିପରେ ଟେଲରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି । ଅଧିକ ପଢନ୍ତୁ

By

Published : Dec 30, 2021, 9:43 AM IST

Updated : Dec 30, 2021, 10:22 AM IST

େ

ୱେଲିଂଟନ:କ୍ରିକେଟରୁ ନ୍ୟୁଜିଲାଣ୍ଡ ଖେଳାଳି ରସ ଟେଲରଙ୍କ ଅବସର ଘୋଷଣା (Ross Taylor To Retire From International Cricket ) । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ତାଙ୍କ ଶେଷ ମ୍ୟାଚ ହେବ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଟେଲର । ୩୭ ବର୍ଷୀୟ ଏହି ଖେଳାଳିଙ୍କର ବିଶ୍ବ ଚାମ୍ପିୟନସିପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ଟେଲର । ୧୭ ବର୍ଷର ଅବିଶ୍ବସନୀୟ ଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

୨୦୦୬ରେ କ୍ରିକେଟ ଜଗତରେ ଡେବ୍ୟୁ କରିଥିଲେ । ନ୍ୟୁଜିଲାଣ୍ଡର ଜଣେ ଦକ୍ଷ ଖେଳାଳି ଥିଲେ ଟେଲର । ଦଳ ପାଇଁ ସର୍ବାଧିକ ୧୮,୦୭୪ ରନ ସଂଗ୍ରହ କରିଛନ୍ତି । ଟେଷ୍ଟରେ ୭, ୫୮୪ ରନ ସଂଗ୍ରହ କରିଛନ୍ତି ଏହି ଖେଳାଳି । ଦିନିକିଆରେ ୮, ୫୮୧ରନ ସହ ୨୧ ଥର ଶତକ ହାସଲ କରିଛନ୍ତି । ସବୁ ଫର୍ମାଟରେ ୪୦ ଥର ଶତକ ହାସଲ କରିଛନ୍ତି ଟେଲର । ସମସ୍ତ ତିନୋଟି ଫର୍ମାଟରେ ଆନ୍ତର୍ଜାତୀୟ ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହେଉଛନ୍ତି ରସ ଟେଲର । ୨୦୧୫ରେ ଅଷ୍ଟ୍ରେଲିଆରେ ସର୍ବାଧିକ 290 ରନ ହାସଲ କରିଥିଲେ । ସମସ୍ତ ଭଲ ଜିନିଷ ସମାପ୍ତ ହୁଏ । ଆଉ ଏବେ ସେହି ଠିକ ସମୟ ମୋ ପାଇଁ ଆସିଛି । ମୋ ଯାତ୍ରାରେ ମୋ ସାଥ ଦେଇଥିବାରୁ ମୁଁ ମୋର ପରିବାର, ବନ୍ଧୁ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।

ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ କହିଛନ୍ତି ଯେ ଟେଲର ଜଣେ ବିଶ୍ବ ସ୍ତରୀୟ ଖେଳାଳି । ଶ୍ରେଷ୍ଠ ଏବଂ ବ୍ୟକ୍ତିଗତ ଭାବରେ ସେ ଜଣେ ଭଲ ବ୍ୟକ୍ତିତ୍ବ । ସବୁ ଫର୍ମାଟରେ ତାଙ୍କ ସହ ଅନେକ ସହଭାଗୀତା ସହ ଜଡିତ ହେବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି କହିଛନ୍ତି ୱିଲିୟମସନ । ସେ ଆହୁରି କହିଛନ୍ତି ଦୀର୍ଘ ବର୍ଷ ଧରି ସେ ଦଳକୁ ବହୁତ କିଛି ଦେଇଛନ୍ତି । ଦଳକୁ ଜିତାଇବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି ।

ରସ ସର୍ବଦା ଦଳର ଜଣେ ସମ୍ମାନିତ ସଦସ୍ୟ ରହିଆସିଛନ୍ତି ଏବଂ ଏକ ଅବିଶ୍ବସନୀୟ କ୍ୟାରିଅର୍ ଉପରେ ବ୍ଲାକ୍ କ୍ୟାପ୍ସରେ ତାଙ୍କର ଅବଦାନ ପାଇଁ ଆମେ କୃତଜ୍ଞ । ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କର ଦକ୍ଷତା ବିଶ୍ବ ସ୍ତରୀୟ ହୋଇପାରିଛି ଏବଂ ଏତେ ଦିନ ପର୍ଯ୍ୟନ୍ତ ଏତେ ଉଚ୍ଚ ସ୍ତରରେ ପ୍ରଦର୍ଶନ ରହଛି । ଆମର ପ୍ରଥମ ଆଇସିସି ୱାର୍ଲ୍ଡ ଟାଇଟଲ୍ ଜିତିବାରେ ସାଉଥମ୍ପଟନରେ ତାଙ୍କର ଭୂମିକା ମୁଁ କେବେବି ଭୁଲି ପାରିବି ନାହିଁ ଏବଂ ମୁଁ ନିଶ୍ଚିତ ଯେ ଏହା ଅନେକ ପ୍ରଶଂସକଙ୍କ ପାଇଁ ସମାନ ଅଟେ ବୋଲି କହିଛନ୍ତି କେନ ୱିଲିୟମସନ ।

Last Updated : Dec 30, 2021, 10:22 AM IST

ABOUT THE AUTHOR

...view details