ଓଡିଶା

odisha

By

Published : Jan 8, 2023, 6:55 PM IST

ETV Bharat / sports

ନେହେରାଙ୍କ ଟିପ୍ସ ମୋ ଅଧିନାୟକତ୍ବରେ ପରିବର୍ତ୍ତନ ଆଣିଛି: ପାଣ୍ଡ୍ୟା

ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି ଭାରତ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଯଦିଓ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିପାରିନଥିଲେ, କିନ୍ତୁ ତାଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆ ସିରିଜ ହାସଲ କରିପାରିଛି । ତେବେ ଏନେଇ ପାଣ୍ଡ୍ୟା ନିଜ ସଫଳ ଅଧିନାୟକତ୍ବର ଶ୍ରେୟ ପୂର୍ବତନ କ୍ରିକେଟର ଆଶିଷ ନେହେରାଙ୍କୁ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସଫଳ ଅଧିନାୟକତ୍ବର ଶ୍ରେୟ ଆଶିଷ ନେହେରାଙ୍କୁ ଦେଲେ ପାଣ୍ଡ୍ୟା
ସଫଳ ଅଧିନାୟକତ୍ବର ଶ୍ରେୟ ଆଶିଷ ନେହେରାଙ୍କୁ ଦେଲେ ପାଣ୍ଡ୍ୟା

ହାଇଦ୍ରାବାଦ: ଗୁଜୁରାଟ ଟାଇଟନ୍ସକୁ ଏହାର ପ୍ରଥମ ସିଜିନରେ IPL ଟ୍ରଫି ଜିତାଇବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଉ ପଛକୁ ଫେରି ଚାହିଁନାହାନ୍ତି । ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ୨-୧ରେ ଜିତିବା ପରେ ନିଜ ସଫଳତାର ଶ୍ରେୟ ଗୁଜୁରାଟ ଟାଇଟନ୍ସ କୋଚ ତଥା ପୂର୍ବତନ ଭାରତୀୟ କ୍ରିକେଟର ଆଶିଷ ନେହେରାଙ୍କୁ ଦେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କାକୁ ଟି୨୦ ସିରିଜରେ ଭେଟିଥିବା ଭାରତୀୟ ଦଳ ଶେଷ ତଥା ତୃତୀୟ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୨୨୮ ରନ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କାକୁ ମାତ୍ର ୧୩୭ ରନ୍‌ରେ ଅଲ ଆଉଟ କରିବା ଫଳରେ ୯୧ ରନରେ ବିଜୟ ହାସଲ କରିଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଅଧିନାୟକତ୍ୱରେ ଏହା ପ୍ରଥମ ସିରିଜ ଥିଲା, ଯେଉଁଥିରେ ଭାରତ ୨-୧ରେ ବିଜୟ ହାସଲ କରିଛି । ବିଗତ ବର୍ଷ IPLରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜୁରାଟ ଟାଇଟନ୍ସ ଏହାର ପ୍ରଥମ ସିଜିନରେ ହିଁ ଚମ୍ପିଆନ ହୋଇଥିଲା । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା କହିଥିଲେ, ଟିମ୍‌ର କୋଚ୍‌ ଆଶିଷ ନେହେରା ମୋ ପାଇଁ କଠିନ ପରିଶ୍ରମ କରିଥିଲେ । IPL ଟ୍ରଫି ଜିତିବା ତାହାର ପରିଣାମ ବୋଲି କହିଥିଲେ ।

ତେବେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଜିତିବା ପରେ ଅଧିନାୟକ ପାଣ୍ଡ୍ୟା ସିରିଜରେ ଟିମ୍‌ର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିବା କହିଛନ୍ତି । ସେ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ସହିତ ସେ ନିଜର ସଫଳ ଅଧିନାୟକତ୍ବର ଶ୍ରେୟ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ଦେଇଛନ୍ତି । ସେ କହିଛନ୍ତି, "ଆଶିଷ ନେହେରା ମୋ ମାନସିକତାରେ ପରିବର୍ତ୍ତନ କରିବା ସହ ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଆମେ ଦୁଇ ଜଣ ଅଲଗା ବ୍ୟକ୍ତିତ୍ବ ହୋଇପାରୁ, କିନ୍ତୁ ଆମର ବିଚାର ସମାନ । ଗୁଜୁରାଟ ଟାଇଟନ୍ସ ପାଇଁ ଖେଳିବା ସମୟରେ ମୁଁ ନେହେରାଙ୍କ ସହିତ ରହିଥିଲି । ସେହି ସମୟରେ ସେ ମୋର ଅଧିନାୟକତ୍ବକୁ ସଫଳ କରାଇଥିଲେ । କ୍ରିକେଟରେ ମୁଁ ଯାହା ଚାହେଁ, ତାହା ହାସଲ କରିବାରେ ଆଶିଷ ନେହେରା ମୋତେ ଅନେକ ସାହାଯ୍ୟ କରିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details