ଓଡିଶା

odisha

ETV Bharat / sports

ପ୍ରଥମ ODIରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇଲା ଭାରତ

ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ India beat Zimbabwe in first ODI । ଦିନିକିଆ ସିରିଜ୍‌ରେ ଭାରତ ଆଗୁଆ ରହିଛି । ଅଧିକ ପଢ଼ନ୍ତୁ

By

Published : Aug 18, 2022, 7:36 PM IST

ଭାରତ ଜିମ୍ବାୱେ ପ୍ରଥମ ODI, 10 ୱିକେଟରେ ଜିତିଲା ଟିମ୍‌ ଇଣ୍ଡିଆ
ଭାରତ ଜିମ୍ବାୱେ ପ୍ରଥମ ODI, 10 ୱିକେଟରେ ଜିତିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ:ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ (India beat Zimbabwe in first ODI) । ଦୁଇ ଓପନର ଶିଖର ଧାୱନ ଓ ଶୁଭମନ ଗିଲ୍‌ଙ୍କ ଅପରାଜିତ ଇଂନିସ ବଳରେ ମାତ୍ର ୩୦.୫ ଓଭରରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି ଭାରତ । ଫଳରେ ୩ ଟିକିଆ ଦିନିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି ।

ବିନା କୌଣସି ୱିକେଟରେ ଏହି ବିଜୟ ହାସଲ କରିଛି ଭାରତ । ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ଶୁଭମନ ଗିଲ୍‌ ଯଥାକ୍ରମେ ୮୧ ଓ ୮୨ ରନ୍‌ କରି ଭାରତକୁ ବିଜୟୀ କରାଇଛନ୍ତି । ଧାୱନ୍‌ ୯ଟି ଚୌକା ସହ ୮୧ ରନ୍‌ କରିଥିବା ବେଳେ ଶୁଭମନ୍‌ ଗିଲ୍‌ ୧୦ଟି ଚୌକା ଓ ଗୋଟିଏ ଛକା ସହ ୮୨ ରନ୍‌ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୦ ବିଜୟ ଲକ୍ଷ୍ୟ ରଖିଥିଲା ଜିମ୍ବାୱେ ।

ଜିମ୍ବାୱେ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ପାରିନଥିଲେ । ଦଳ ପକ୍ଷରୁ ଅଧିନାୟକ ରେଗିସ ଚାକାୱା ୩୫ ରନ୍‌ କରିଥିଲେ । ତାଙ୍କ ପଛକୁ ବ୍ରାଡ ଇଭାନ୍ସ ୩୩ ଓ ରିଚାର୍ଡ ଗାରାଭା ୩୪ ରନ୍‌ କରିଥିଲେ । ଆଉ କୌଣସି ବ୍ୟାଟର ପିଚ୍‌ରେ ଅଧିକ ସମୟ ବିତାଇ ପାରିନଥିଲେ । ୪୦.୧ ଓଭରରେ ଜିମ୍ବାୱେ ଅଲ୍‌ଆଉଟ୍‌ ହୋଇଥିଲା ।

ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା ଓ ଅକ୍ଷର ପଟେଲ 3ଟି ଲେଖାଏଁ ୱିକେଟ ନେଇଥିବାବେଳେ, ଫାଷ୍ଟ ବୋଲର ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଅଗଷ୍ଟ ୨୦ ତାରିଖରେ ଖେଳାଯିବ ।

ABOUT THE AUTHOR

...view details