ଓଡିଶା

odisha

By

Published : Oct 24, 2021, 5:33 PM IST

Updated : Oct 24, 2021, 5:41 PM IST

ETV Bharat / sports

T20 WC: ନେଇମ, ରହିମଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ସାମ୍ନାରେ ଟାର୍ଗେଟ ୧୭୨

ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି । ଫଳରେ ଶ୍ରୀଲଙ୍କା ସାମ୍ନାରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

Naim, Rahim shines as Bangladesh end up with a score of 171/4 against Srilanka
T20 WC: ନେଇମ, ରହିମଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ସାମ୍ନାରେ ଟାର୍ଗେଟ ୧୭୨

ଶାରଜାହ:ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ର ଗ୍ରୁପ ୧ ସୁପର ୧୨ ମୁକାବିଲା ଦୁଇ ଏସୀୟ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଶ୍ରୀଲଙ୍କା କ୍ୟାପଟେନ ଦାସୁନ ସନାକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଛି । ଫଳରେ ଶ୍ରୀଲଙ୍କା ସାମ୍ନାରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବାଂଲାଦେଶ ପକ୍ଷରୁ ଓପନର ମହମ୍ମଦ ନେଇମ ସର୍ବାଧିକ ୬୨ ରନ୍‌ର ଇଂନିସ ଖେଳିଛନ୍ତି । ୫୨ ବଲ୍‌ରୁ ୬ଟି ଚୌକା ସହାୟତାରେ ୬୨ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ସେହିପରି ଅଭିଜ୍ଞ ମୁସଫିକର ରହିମ ମଧ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୩୭ ବଲ୍‌ରୁ ୫ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୫୭ରନ୍‌ର ଇଂନିସ ଖେଳିଛନ୍ତି । ଲିଟନ ଦାସ ୧୬ ଓ ସାକିବ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ନାଣ୍ଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 5:41 PM IST

ABOUT THE AUTHOR

...view details