ଓଡିଶା

odisha

ETV Bharat / sports

'ଉପ ଅଧିନାୟକ ଭାବେ ସାଥି ଖେଳାଳିଙ୍କ ମନୋବଳ ସୁଦୃଢ଼ ରଖିବା ମୋର ମୁଖ୍ୟ ଲକ୍ଷ୍ୟ'

ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ବରେ ରହିଛନ୍ତି ବରିଷ୍ଠ ଫାଷ୍ଟ ବୋଲର ଭୁବନେଶ୍ବର କୁମାର । ତେବେ ଦଳୀୟ ଖେଳାଳିଙ୍କ କେବଳ ଦକ୍ଷତା ବୃଦ୍ଧି ଓ କିଭଳି ସେମାନେ ମାନସିକ ଚାପମୁକ୍ତ ରହିପାରିବେ, ତାହାରି ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ଭୁବନେଶ୍ବର କୁମାର । ଅଧିକ ପଢ଼ନ୍ତୁ...

'ଉପ ଅଧିନାୟକ ଭାବେ ସାଥି ଖେଳାଳିଙ୍କ ମନୋବଳ ସୁଦୃଢ଼ ରଖିବା ମୋର ମୁଖ୍ୟ ଲକ୍ଷ୍ୟ'
'ଉପ ଅଧିନାୟକ ଭାବେ ସାଥି ଖେଳାଳିଙ୍କ ମନୋବଳ ସୁଦୃଢ଼ ରଖିବା ମୋର ମୁଖ୍ୟ ଲକ୍ଷ୍ୟ'

By

Published : Jul 6, 2021, 7:15 PM IST

କଲୋମ୍ବୋ:ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ବରେ ରହିଛନ୍ତି ବରିଷ୍ଠ ଫାଷ୍ଟ ବୋଲର ଭୁବନେଶ୍ବର କୁମାର । ତେବେ ଦଳୀୟ ଖେଳାଳିଙ୍କ କେବଳ ଦକ୍ଷତା ବୃଦ୍ଧି ଓ କିଭଳି ସେମାନେ ମାନସିକ ଚାପମୁକ୍ତ ରହିପାରିବେ ତାହାରି ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି ଭୁବନେଶ୍ବର କୁମାର । ଜୁଲାଇ 13 ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ ।

ପ୍ରମୁଖ ଭାରତୀୟ ଦଳ ବର୍ତ୍ତମାନ ଇଲଂଣ୍ଡ ଗସ୍ତରେ ରହିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ନେଇଛନ୍ତି ଅଭିଜ୍ଞ ବ୍ୟାଟସମ୍ୟାନ ଶିଖର ଧାୱନ । ଭୁବନେଶ୍ବର କୁମାର ଉପ ଅଧିନାୟକ ଦାୟିତ୍ବରେ ରହିଛନ୍ତି ।

ଏହାକୁ ନେଇ ଭୁବନେଶ୍ବର କୁମାର କହିଛନ୍ତି ଯେ, "ଉପ ଅଧନାୟକ ଭାବରେ ମୁଁ ଭାବୁନି ଆମ ଦଳ ମଧ୍ୟରେ କୌଣସି ମତଭେଦ ବା ପରିବର୍ତ୍ତନ ଦେଖା ଦେବ । ଦଳରେ ବରିଷ୍ଠ ଖେଳାଳି ଭାବରେ ମୁଁ ମୋର ଦାୟିତ୍ବ ବହନ କରିବି । ସାଥି ଖେଳାଳିଙ୍କ ମନୋବଳ ସୁଦୃଢ଼ ରଖିବା ଓ ସେମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ରଖିବା ମୋର ପ୍ରଧାନ କର୍ତ୍ତବ୍ୟ ହେବ ।"

31 ବର୍ଷୀୟ ଭୁବନେଶ୍ବର କୁମାର ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ 117ଟି ଦିନିକିଆ ମ୍ୟାଚ ଖେଳି 138ଟି ୱିକେଟ ନେଇଛନ୍ତି । ଅଭିଜ୍ଞତା ଓ ମିଳିଥିବା ଦାୟିତ୍ବକୁ ନିଶ୍ଚୟ ଶ୍ରୀଲଙ୍କା ଗସ୍ତରେ ବ୍ୟବହାର କରିବେ ବୋଲି କହିଛନ୍ତି ଭୁବନେଶ୍ବର କୁମାର ।

ଭାରତର ପୂ୍ର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଶ୍ରଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ଦିଆଯାଇଛି । ରାହୁଲ ଦ୍ରାବିଡଙ୍କ ସହ ସେ ଜାତୀୟ କ୍ରିକେଟ ଏକାଡେମୀରେ ସମୟ ବିତାଇଛନ୍ତି । ଏଥିପାଇଁ ଦ୍ରାବିଡଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ଭୁବନେଶ୍ବର । ଯୁବ ଖେଳାଳି ଦ୍ରାବିଡଙ୍କ ଦକ୍ଷ କ୍ରିକେଟରଙ୍କ ପାଖରୁ ବହୁତ କିଛି ଶିଖି ପାରିବେ ବୋଲି କହିଛନ୍ତି ଭୁବନେଶ୍ବର କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details