ଚେନ୍ନାଇ: କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲିଧରନଙ୍କ ଚେନ୍ନାଇର ଏକ ସିଟି ହସ୍ପିଟାଲରେ ହାର୍ଟ ସର୍ଜରୀ ହୋଇଥିବା ଜଣାପଡିଛି । ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମର ସପୋର୍ଟ ଷ୍ଟାଫ ସଦସ୍ୟ ରହିଛନ୍ତି ମୂରଲିଧରନ । 49 ବର୍ଷୀୟ ମହାନ କ୍ରିକେଟରଙ୍କ ନାମରେ 1347 ଶିକାର ସହ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟର ରେକର୍ଡ ରହିଛି । ମୂରଲିଧରନ 133ଟି ଟେଷ୍ଟ, 350ଟି ଦିନିକିଆ ଓ 12ଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି ।
ଆଇପିଏଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭେଟେରାନ ପୂର୍ବତନ କ୍ରିକେଟରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ମାର୍ଚ୍ଚ ମାସରେ ଏକ ବ୍ଲକେଜ ଚିହ୍ନଟ ହୋଇଥିଲା । ସେଥିପାଇଁ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।