ଓଡିଶା

odisha

ETV Bharat / sports

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମୂରଲୀଧରନ - Muralitharan undergoing angioplasty

କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲୀଧରନ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ପରେ ସୋମବାର ସିଟି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

Muttiah Muralitharan discharged after undergoing angioplasty
ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମୂରଲିଧରନ

By

Published : Apr 19, 2021, 8:31 PM IST

ଚେନ୍ନାଇ: କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲୀଧରନ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ପରେ ସୋମବାର ସିଟି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

49 ବର୍ଷୀୟ ପୂର୍ବତନ ସ୍ପିନର, ଚଳିତ ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର ସପୋର୍ଟ ଷ୍ଟାଫ ସଦସ୍ୟ ରହିଛନ୍ତି ।

ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଗତକାଲି ତାଙ୍କର ସଫଳତାର ସହ ଏଞ୍ଜିଓପ୍ଲାଷ୍ଟି ସଫଳ ସର୍ଜରୀ ହୋଇଛି ।"

49 ବର୍ଷୀୟ ମହାନ କ୍ରିକେଟରଙ୍କ ନାମରେ 1347 ଶିକାର ସହ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟର ରେକର୍ଡ ରହିଛି । ମୂରଲୀଧରନ 133ଟି ଟେଷ୍ଟ, 350ଟି ଦିନିକିଆ ଓ 12ଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି ।

କ୍ରିକେଟର ଲମ୍ବା ଫର୍ମାଟରେ 800 ୱିକେଟ ଓ ଏକଦିବସୀୟରେ 534 ଓ ଟି20ରେ 13ଟି ୱିକେଟ ତାଙ୍କ ନାମରେ ରହିଛି । ସେ 1996 ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଶ୍ରୀଲଙ୍କା ଟିମର ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details