ଦୁବାଇ:ପୂର୍ବତନ ବାଂଲାଦେଶ କ୍ୟାପଟେନ ମୁସଫିକର ରହିମ ଓ ସ୍କଟଲାଣ୍ଡ ଅଲରାଉଣ୍ଡର କେଥରିନ ବ୍ରେସ୍ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ମେ ମାସ ପାଇଁ ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ହୋଇଛନ୍ତି । ଏକ ପ୍ରେସବିଜ୍ଞପ୍ତି ଜରିଆରେ ଆଇସିସି ବିଜେତାଙ୍କ ନାମ ଘୋଷଣା କରିଛି ।
ୱିକେଟ କିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ମେ ମାସରେ ଗୋଟିଏ ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଦ୍ବିତୀୟ ଦିନିକିଆରେ ମ୍ୟାଚ ବିଜୟୀ 125 ରନ୍ର ଇଂନିସ ଖେଳିବା ସହ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ପ୍ରଥମ ଦିନିକିଆ ସିରିଜ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।
ମେ ମାସରେ ମୁସଫିକରଙ୍କ ପ୍ରଦର୍ଶନ ନେଇ ICC ଭୋଟିଂ ଏକାଡେମୀକୁ ପ୍ରତିନିଧିତ୍ବ କରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି, "ସର୍ବଶ୍ରେଷ୍ଠ ସ୍ତରରେ 15 ବର୍ଷ ବିତାଇସାରିଥିଲେ ମଧ୍ୟ ରନ୍ ସଂଗ୍ରହ କରିବାକୁ ମୁସଫିକରଙ୍କ ଭୋକ କମ ହୋଇନାହିଁ ।