ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଓ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ(murder threat mail to Gambhir) ମିଳିଛି । ବୁଧବାର ଅପରାହ୍ନରେ ମେଲ୍ ଯୋଗେଁ ତାଙ୍କୁ ଏହି ଧମକ ଦିଆଯାଇଛି । ଏଥିରେ ଏହା କୁହାଯାଇଛି ଯେ ମଙ୍ଗଳବାର ଦିନ ହତ୍ୟା କରିବାକୁ ଯାଉଥିଲେ, ମାତ୍ର ସେ ବର୍ତ୍ତିଯାଇଥିଲେ । ଗମ୍ଭୀର ଏହି ଧମକପୂର୍ଣ୍ଣ ମେଲ୍ ବିଷୟରେ ଦିଲ୍ଲୀ ପୋଲିସକୁ ଅବଗତ କରାଇଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀରଙ୍କୁ ଗତ ମଙ୍ଗଳବାର ରାତିରେ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା । ଏହି ମେଲ୍ରେ ଲେଖାଥିଲା ISIS କଶ୍ମୀର(ISIS Kashmir) ତାଙ୍କ ଉପରେ ଅତ୍ୟନ୍ତ ଖପ୍ପା । କାଶ୍ମୀରକୁ ନେଇ ରାଜନୀତି ନ କରନ୍ତୁ । ଏହି ମେଲ୍ରେ ପରିବାର ସଦସ୍ୟଙ୍କ ସମେତି ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମେଲ୍ ମିଳିବା ପରେ ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା DCP ଶ୍ବେତା ଚୌହାନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗରେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରଦେବାକୁ ଧମକ ମିଳିଥିବା ଦର୍ଶାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:IND v NZ: କାନପୁର ଟେଷ୍ଟରେ ଡେବ୍ୟୁ କରିବେ ଶ୍ରେୟସ ଆୟର