ଓଡିଶା

odisha

ETV Bharat / sports

Murali Vijay Retirement: କ୍ରିକେଟରୁ ସନ୍ନ୍ୟାସ ନେଲେ ବିଜୟ, ସର୍ବାଧିକ ଶତକ ହାସଲରେ ଭାରତର 3ୟ ଓପନର୍ - ମୂରଲୀ ବିଜୟ

ଭାରତୀୟ କ୍ରିକେଟର ମୂରଲୀ ବିଜୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ମୂରଲୀ ବିଜୟ
ମୂରଲୀ ବିଜୟ

By

Published : Jan 30, 2023, 6:41 PM IST

Updated : Jan 30, 2023, 10:01 PM IST

ହାଇଦ୍ରାବାଦ: କ୍ରିକେଟରୁ ଅବସର ନେଲେ ମୂରଲୀ ବିଜୟ । ଭାରତୀୟ କ୍ରିକେଟର ମୂରଲୀ ବିଜୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଆଜି (ସୋମାବର) ସୋସିଆଲ ମିଡିଆରେ ସେ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । କ୍ରିକେଟ କ୍ୟାରିୟରର ଯାତ୍ରା ପାଇଁ ମୂରଲୀ ବିଜୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ତାମିଲନାଡୁ କ୍ରିକେଟ ସଂଘ, ପ୍ରଶିକ୍ଷକ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ଭାରତର ସର୍ବାଧିକ ଶତକ ହାସଲରେ 3ୟ ଓପନର୍ ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, "ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ତାମିଲନାଡୁ କ୍ରିକେଟ ଆସୋସିଏସନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ବାରା ମୋତେ ଦିଆଯାଇଥିବା ସୁଯୋଗ ପାଇଁ ମୁଁ କୃତଜ୍ଞ । ମୋର ସମସ୍ତ ସାଥୀ ଖେଳାଳି, ପ୍ରଶିକ୍ଷକ, ମେଣ୍ଟର୍ସ ଏବଂ ସମର୍ଥକ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଉଛି । ଆପଣ ସମସ୍ତଙ୍କ ସହିତ ଖେଳିବା ମୋ ପାଇଁ ସୌଭାଗ୍ୟର କଥା ଥିଲା । ଏବଂ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ମୁଁ ଉତ୍ଥାନ ପତନ ଦେଇ ଗତି କରିଛି । ଏହି ସମୟରେ ଯେଉଁ ପ୍ରଶଂସକମାନେ ମୋତେ ସମର୍ଥନ କରିଥିଲେ, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣ ସମସ୍ତଙ୍କ ସମର୍ଥନ ମୋ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ।"

ବର୍ଷ ୨୦୦୮ ରେ ମୂରଲୀ ବିଜୟ ଟିମ ଇଣ୍ଡିଆରେ ଡେବ୍ୟୁ କରିଥଲେ । ମୂରଲୀ ବିଜୟ ଭାରତ ପାଇଁ ୬୧ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୩୨.୨୮ ଆଭରେଜରେ ୩୯୮୨ ରନ ସଂଗ୍ରହ କରିଥିବାର ରେକର୍ଡ ରହିଛି । ଏଥିରେ ୧୨ ଟି ଶତକ ଏବଂ ୧୫ ଟି ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କ କ୍ୟାରୟରର ଶେଷ ଟେଷ୍ଟ ମ୍ୟାଚ ସେ ୨୦୧୮ ମସିହାରେ ଖେଳିଥିଲେ । ମୂରଲୀ ବିଜୟ ଭାରତ ପାଇଁ ୧୭ ଟି ଦିନିକିଆ ଏବଂ ୯ ଟି ଟି୨୦ ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି । ସେହିପରି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ସେ ୧୭ ଟି ମ୍ୟାଚ ଖେଳି ୩୩୯ ରନ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ୨୧.୮ ଏବଂ ଷ୍ଟ୍ରାଇକ ରେଟ ୬୬.୯୯ ରହିଥିଲା । ଏଥିରେ ସେ ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଟିମ ଇଣ୍ଡିଆ ପାଇଁ ସେ ମାତ୍ର ୯ ଟି ମ୍ୟାଚ ଖେଳିଛନ୍ତି । ଏଥିରେ ସେ ବିନା ଶତକ ଏବଂ ଅର୍ଦ୍ଧଶତକରେ ୧୬୯ ରନ ସଂଗ୍ରହ କରିଛନ୍ତି । ସେହିପରି IPLରେ ୧୦୬ ଟି ମ୍ୟାଚ ଖେଳିଛନ୍ତି ମୂରଲୀ ବିଜୟ । ଏଥିରେ ଦୁଇଟି ଅର୍ଦ୍ଧଶତକ ସହିତ ୨୬୧୯ ରନ କରିଛନ୍ତି । IPLରେ ସେ ୯୧ ଟି ଛକା ଏବଂ ୨୪୭ ଟି ଚୌକା ମାରିଥିବାର ରେକର୍ଡ ରହିଛି । ମୂରଲୀ ବିଜୟ IPL ରେ ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ଖେଳିଛନ୍ତି ।

Last Updated : Jan 30, 2023, 10:01 PM IST

ABOUT THE AUTHOR

...view details