ମୁମ୍ବାଇ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜର ସଫଳତମ କ୍ରିକେଟ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ସୋମବାର ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ଭାବେ 200ତମ ମ୍ୟାଚ ଖେଳିଛନ୍ତି ଧୋନି ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଆଇପିଏଲର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଏହି ନୂତନ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଧୋନି ।
ଏଯାବତ 207 ଆଇପିଏଲ ମ୍ୟାଚ ଖେଳିସାରିଥିବା ଧୋନି ଚମ୍ପିଆନ୍ସ ଲିଗ ଟି20 ମଧ୍ୟ ଖେଳିଛନ୍ତି । ଗତ ସପ୍ତାହରେ ଧୋନି ଚେନ୍ନାଇ ପାଇଁ 200 ତମ ମ୍ୟାଚ ଖେଳିଥିଲେ । ଗୋଟିଏ ମ୍ୟାଚରେ ସୁରେଶ ରାଇନା 2012 ଚମ୍ପିଆନ୍ସ ଲିଗ ଟି20ରେ ସିଏସକେର କ୍ୟାପଟେନ ରହିଥିଲେ ।