ନୂଆଦିଲ୍ଲୀ:ଭାରତର 5ଜଣ ଶ୍ରେଷ୍ଠ କ୍ରିକେଟରଙ୍କୁ ସମ୍ମାନଜନକ ମେରିଲବୋନ କ୍ରିକେଟ କ୍ଲବ (ଏମସିସି)ର ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଛି । ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ମିତାଲି ରାଜ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ 5 ଜଣଙ୍କୁ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି ।
ବିଶ୍ବ କ୍ରିକେଟ ନିୟମ ପ୍ରଣୟନକାରୀ ସଂସ୍ଥା ଭାବେ ଜଣାଶୁଣା ଇଂଲଣ୍ଡରେ ଅବସ୍ଥାପିତ ଏମସସି ତରଫରୁ ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ, ସୁରେଶ ରୈନା, ମହିଳା କ୍ରିକେଟର ମିତାଲି ରାଜ, ଝୁଲଣ ଗୋସ୍ବାମୀଙ୍କୁ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି । ଭାରତ ସମେତ ଇଂଲଣ୍ଡର 5 ଖେଳାଳି ଏବଂ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନର ଖେଳାଳିଙ୍କୁ ମଧ୍ୟ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି । ବିଶ୍ବ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଏହି ସଦସ୍ୟତା ପ୍ରଦାନ କରାଯାଇଥାଏ । ସଦସ୍ୟତା ପାଇଥିବା ସମସ୍ତ ଭାରତୀୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି ।
ଏହା ବି ପଢନ୍ତୁ...ICC ODI Ranking: କ୍ୟାରିଅରର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ଶୁଭମନ
ମହେନ୍ଦ୍ର ସିଂ ଧୋନୀ 2020ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ କେବଳ ଆଇପିଏଲ ଖେଳୁଛନ୍ତି । ଧୋନୀ 538 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 350ଟି ଦିନିକିଆ, 90ଟି ଟେଷ୍ଟ ଓ 98ଟି ଟି-20 ରହିଛି । ସୁରେଶ ରୈନା 322ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 18ଟି ଟେଷ୍ଟ, 226ଟି ଦିନିକିଆ ଓ 70ଟି ଟି-ଟ୍ବେଣ୍ଟି ରହିଛି । ସେହିପରି ଯୁବରାଜ ସିଂ 40ଟି ଟେଷ୍ଟ, 304 ଦିନିକିଆ ଓ 58ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ସେଥିରେ 17ଟି ଶତକ ଓ 71ଟି ଅର୍ଦ୍ଧଶତକ ରହିଛି ।
ଏହା ବି ପଢନ୍ତୁ...IPL 2023: KKRକୁ ଝଟକା, ଆଇପିଏଲରୁ ଓହରିଲେ ସାକିବ
ମିତାଲି ରାଜ 333ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । 12ଟି ଟେଷ୍ଟ ମ୍ୟାଚରେ 699, 232ଟି ଦିନିକିଆରେ 7805 ଏବଂ 89ଟି ଟି-ଟ୍ବେଣ୍ଟିରେ 2346 ରନ କରିଛନ୍ତି । ଝୁଲଣ ଗୋସ୍ବାମୀ ଦିନିକିଆରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି । 284 ଅନ୍ତର୍ଜାତୀୟ ମ୍ୟାଚରେ ସେ 355ଟି ୱିକେଟ ଅକ୍ତିଆର କରିଛନ୍ତି । ମିତାଲି ଓ ଝୁଲଣ ଉଭୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ।
ମେରିଲବୋନ କ୍ରିକେଟ କ୍ଲବ ମୋଟ 19 ଜଣ କ୍ରିକେଟରଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଛି । ପାକିସ୍ତାନର ମହମ୍ମହ ହାଫିଜ, ଇଂଲଣ୍ଡର କେଭିନ ପିଟରସନ, ଇଅନ ମୋର୍ଗାନ, ବାଂଲାଦେଶର ଶାର୍ଫି ମୋର୍ତ୍ତଜା, ନ୍ୟୁଜିଲାଣ୍ଡର ରସ ଟେଲର, ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନଙ୍କ ସମେତ ବିଶ୍ବର ଅନ୍ୟ ଜଣାଶୁଣା ଖେଳାଳି ଏହି ସଦସ୍ୟତା ପାଇଛନ୍ତି ।