ଓଡିଶା

odisha

ETV Bharat / sports

IPL 2022: CSK ଅଧିନାୟକ ପଦ ଛାଡିଲେ Dhoni, ଏହି ଖେଳାଳି ହେଲେ ଉତ୍ତରାଧିକାରୀ - ମହେନ୍ଦ୍ର ସିଂହ ଧୋନି

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂହ ଧୋନି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଧୋନି । ଅଧିକ ପଢନ୍ତୁ

MS Dhoni hands over the captaincy of Chennai Super Kings to Ravindra Jadeja ahead of IPL 2022
IPL BREKING: ସିଏସକେ ଅଧିନାୟକ ପଦ ଛାଡିଲେ ଧୋନି, ଏହି ଖେଳାଳି ହେଲେ ଉତ୍ତରାଧିରୀ

By

Published : Mar 24, 2022, 2:51 PM IST

Updated : Mar 24, 2022, 6:09 PM IST

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂହ ଧୋନି (MS Dhoni) । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ (captaincy) ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଧୋନି । ଫଳରେ ଆଇପିଏଲ ୨୦୨୨ରେ ଧୋନିଙ୍କ ମାର୍ଗଦର୍ଶନରେ ସିଏସକେ(Chennai Super Kings)ର ଅଧିନାୟକ ଭାର ତୁଲାଇବେ ଜାଡେଜା । ୨୦୧୨ ଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଆସିଛନ୍ତି ଜାଡେଜା(Ravindra Jadeja) । ୪ ଥର ଟିମକୁ ଆଇପିଏଲ ଚାମ୍ପିୟନ କରାଇଥିବା ଧୋନି ନେତୃତ୍ବ ହସ୍ତାନ୍ତର କରିବା ନେଇ ଚେନ୍ନାଇ ସୁପର କିଙ୍ଗ୍ସ ଅଫସିଆଲ ଟ୍ବିଟ୍‌ର ଆକାଉଣ୍ଟରେ ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ:IPL 2022: ଓଡିଶାର ସେନାପତି CSK କ୍ୟାମ୍ପ୍‌ରେ, ପୁଣି କରିପାରନ୍ତି କମାଲ

ଆଇପିଏଲର ପଞ୍ଚଦଶ ସଂସ୍କରଣ(IPL 2022) ଶନିବାର ଠାରୁ(ମାର୍ଚ୍ଚ ୨୬) ଆରମ୍ଭ ହେଉଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ IPL ଚାମ୍ପିୟନ ଚେନ୍ନାଇ, ଗ୍ରୁପ 'A'ରେ ଥିବା କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ଏଥର ଆଇପିଏଲ ମହାରାଷ୍ଟ୍ରର ୪ଟି ଭେନ୍ୟୁରେ ଖେଳାଯିବା ନେଇ ସୂଚୀ ରହିଛି । ୱାଙ୍ଖେଡେ ଷ୍ଟାଡିୟମ, ବ୍ରାବୋର୍ନୋ ଷ୍ଟାଡିୟମ, ଡିୱାଇ ପାଟିଲ ଷ୍ଟାଡିୟମ ନଭି ମୁମ୍ବାଇ ଓ MCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ପୁନେରେ ଚେନ୍ନାଇ ସମସ୍ତ ୧୪ଟି ଲିଗ୍‌ ମ୍ୟାଚ୍‌ ଖେଳିବ ।ନୂଆ ଦୁଇଟି ଟିମ ଲକ୍ଷ୍ନୌ ଓ ଗୁଜରାଟ ଏଥର ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବେ ।

ଫଳରେ ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଚେନ୍ନାଇ ସୁପର କିଙ୍ଗ୍ସ(CSK) ଗ୍ରୁପ 'B'ରେ ସନରାଇଜର୍ସ ହାଇଦ୍ରାବାଦ(SRH), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ପଞ୍ଜାବ କିଙ୍ଗ୍ସ(PBKS) ଓ ଗୁଜରାଟ ଟାଇଟନ୍ସ(GT) ସହିତ ସ୍ଥାନ ପାଇଛି । ସେହିପରି ଗ୍ରୁପ୍‌ 'A'ରେ ମୁମ୍ବାଇ ଇଣ୍ଡିଆନ୍ସ(MI), କୋଲକାତା ନାଇଟ ରାଇଡର୍ସ(KKR), ରାଜସ୍ଥାନ ରୟାଲ୍ସ(RR), ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) ରହିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ(CSK)‌:ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍‌) ଋତୁରାଜ ଗାଏକ୍ବାଡ, ମୋଇଲ ଅଲୀ, ଦୀପକ ଚହର, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ଡେଭନ କନୱେ, ଶୁଭ୍ରାଂଶୁ ସେନାପତି, କେଏମ ଆସିଫ, ତୁଷାର ଦେଶପାଣ୍ଡେ, ମହୀଶ ଥିକସାନା, ସିମ୍ରନଜିତ ସିଂହ, ଆଡାମ ମିଲନେ, ମୁକେଶ ଚୌଧୁରୀ, ଡ୍ବାଇନ ବ୍ରାଭୋ, ଶିବମ ଦୁବେ, ରାଜବର୍ଦ୍ଧନ ହଙ୍ଗରଗେକର, ଡ୍ବାଇନ ପ୍ରିଟୋରିସ, ମିଚେଲ ସାଣ୍ଟନର, ପ୍ରଶାନ୍ତ ସୋଲାଙ୍କି, ଏନ ଜଗଦୀଶାନ, ହରି ନିଶାନ୍ତ, କ୍ରିସ ଜୋର୍ଡାନ, କେ ଭଗତ ବର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2022, 6:09 PM IST

ABOUT THE AUTHOR

...view details