ଓଡିଶା

odisha

ETV Bharat / sports

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଧୋନୀଙ୍କୁ ନିମନ୍ତ୍ରଣ - MS Dhoni invited to Ayodhya

MS Dhoni invited to Ayodhya: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏମ୍‌ଏସ୍‌ ଧୋନୀଙ୍କୁ ମିଳିଲା ନିମନ୍ତ୍ରଣ । ଅଧିକ ପଢ଼ନ୍ତୁ...

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଏମ୍‌ଏସ୍‌ ଧୋନୀଙ୍କୁ ନିମନ୍ତ୍ରଣ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଏମ୍‌ଏସ୍‌ ଧୋନୀଙ୍କୁ ନିମନ୍ତ୍ରଣ

By ETV Bharat Odisha Team

Published : Jan 15, 2024, 9:33 PM IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଛି ଭବ୍ୟ ଆୟୋଜନ । ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅତିଥି ନିମନ୍ତ୍ରଣ ଜାରି ରହିଛି । ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା ମହାପ୍ରଭୁ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବର ସାକ୍ଷୀ ରହିବେ । ଏହା ସହିତ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ମିଳିଛି ନିମନ୍ତ୍ରଣ । ଏହି କ୍ରମରେ ବିଶ୍ବ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ମିଳିଛି ନିମନ୍ତ୍ରଣ ପତ୍ର ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ବକ୍ତବ୍ୟ ରଖୁଥିବା ଦେଖିବାକୁ ମିଳୁଛି । ନିକଟରେ ସେ ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ମଧ୍ୟ ଭାଇରାଲ ହୋଇଥିଲେ । ଏବେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଧୋନୀଙ୍କୁ ମିଳିଛି ନିମନ୍ତ୍ରଣ । ଏହାର ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖିବାର କଥା ଯେ, ଧୋନୀ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚି ପାରୁଛନ୍ତି ନା ନାହିଁ । ଏହା ପୂର୍ବରୁ ମହାନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଆସିବାକୁ ନିମନ୍ତ୍ରଣ ମିଳିଛି । ସେହିଭଳି ବର୍ତ୍ତମାନର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଯୋଧ୍ୟା ମହୋତ୍ସବ: କାଲିଠୁ ନୀତିକାନ୍ତି, 18ରେ ବିଗ୍ରହ ସଂସ୍ଥାପନ, 22ରେ ପ୍ରାଣ ପ୍ରତିଷ୍ଠା

ପ୍ରକାଶ ଥାଉ, ଏହି ଭବ୍ୟ ସମାରୋହରେ 8ରୁ 10 ହଜାର ଲୋକ ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସବୁ ପ୍ରକାର ଛୋଟ ବଡ଼ ବନ୍ଦୋବସ୍ତ କରିଛନ୍ତି । ପ୍ରାଣ ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ହୋମଯଜ୍ଞ ଓ ବିଧି ଆରମ୍ଭ ହେବାକୁ ଯାଉଛି । ଯାହା 21 ତାରିଖ ପର୍ଯ୍ୟନ୍ତ ଚାଲିବ । 18 ତାରିଖରେ ଗର୍ଭଗୃହରେ ସିଂହାସନରେ ଶ୍ରୀବିଗ୍ରହଙ୍କୁ ସଂସ୍ଥାପିତ କରାଯିବ । 22ରେ କାଶୀର ବରିଷ୍ଠ ପଣ୍ଡିତଙ୍କ ଦ୍ବାରା ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦିତ ହେବ । ଅପରାହ୍ନ 12ଟା 20 ମିନିଟରୁ ଏହି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ ଉତ୍ସବର ବିସ୍ତୃତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details