ଓଡିଶା

odisha

ETV Bharat / sports

କୋରୋନା ରୋଗୀଙ୍କ ସେବାରେ ଗମ୍ଭୀର, ବାଣ୍ଟୁଛନ୍ତି 'ସଞ୍ଜିବନୀ' ଅକ୍ସିଜେନ - କୋରୋନା ସଂକ୍ରମିତଙ୍କୁ ଅକ୍ସିଜେନ ନ୍ୟୁଜ

ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ର ପୂର୍ବ ଦିଲ୍ଲୀରେ 200 ଅକ୍ସିଜେନ କନସେଣ୍ଟ୍ରେସନର ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ...

mp-gautam-gambhir-providing-oxygen-concentrator-to-home-quarantine-patients-in-east-delhi
କୋରୋନା ରୋଗୀଙ୍କ ସେବାରେ ଗମ୍ଭୀର, ବାଣ୍ଟୁଛନ୍ତି 'ସଞ୍ଜିବନୀ' ଅକ୍ସିଜେନ

By

Published : May 1, 2021, 8:05 PM IST

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀର କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସଞ୍ଜିବନୀ ଅକ୍ସିଜେନ ପ୍ରଦାନ କରିବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ 200 ଅକ୍ସିଜେନ କନସେଣ୍ଟ୍ରେସନର ବ୍ୟବସ୍ଥା କରିଛନ୍ତି । ଘରେ ରହି ଚିକିତ୍ସିତ ହେଉଥିବା କୋରୋନା ସଂକ୍ରମିତ ଆବଶ୍ୟକ ପଡିଲେ ଗମ୍ଭୀରଙ୍କ ଜାଗୃତୀ ଏନକ୍ଲେଭରେ ଥିବା ଦ୍ବିତୀୟ କାର୍ଯ୍ୟାଳୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ଓ ରୋଗୀଙ୍କ ସ୍ଥିତି, ଅକ୍ସିଜେନ ସ୍ତର ଓ ଅନ୍ୟ ତଥ୍ୟ ପ୍ରଦାନ କରି ଏହାର ସୁବିଧା ନେଇପାରିବେ ।

ଜାରି କଲେ ହେଲ୍‌ପଲାଇନ ନମ୍ବର

କୋରୋନା ରୋଗୀଙ୍କ ସେବାରେ ଗମ୍ଭୀର, ବାଣ୍ଟୁଛନ୍ତି 'ସଞ୍ଜିବନୀ' ଅକ୍ସିଜେନ

ଅକ୍ସିଜେନ କନସେଣ୍ଟ୍ରେଟର ନେବା ପାଇଁ ଗମ୍ଭୀର ଏକ ହେଲ୍‌ପଲାଇନ ନମ୍ବର ଜାରି କଲେ । 8595785545 ନମ୍ବରରେ ହ୍ବାଟସପ୍‌ରେ ମେସେଜ କରି ଦିଆଯାଇଥିବା ଫର୍ମ ପୂରଣ କରି ଅକ୍ସିଜେନ କନସେଣ୍ଟ୍ରେଟର ନେଇ ପାରିବେ ।

କଳାବଜାରୀ ରୋକିବାକୁ ପଦକ୍ଷେପ

ୟୁନିଟର କଳାବଜାରୀ ରୋକିବାକୁ ମଧ୍ୟ ନେଇଛନ୍ତି ବଡ ପଦକ୍ଷେପ । ସମୟ ଅବଧି ଥିବା ଏକ ଚେକ୍‌ ପ୍ରଦାନ କରିବାକୁ ହେବ । 7-10 ଦିନ ମଧ୍ୟରେ ୟୁନିଟ ଫେରାଇବା ପରେ ଚେକ୍‌ ଫେରସ୍ତ ମିଳିବ । ଗରିବ ଶ୍ରେଣୀର ଲୋକେ ଚେକ୍‌ ବଦଜଳରେ EWS ପ୍ରମାଣପତ୍ର ରଖିପାରିବେ ।

ଅକ୍ସିଜେନ ସଂକଟ ବଡ ସମସ୍ୟା

ଗମ୍ଭୀର କହିଛନ୍ତି, "ବର୍ତ୍ତମାନ ଦିଲ୍ଲୀର ଲୋକଙ୍କ ପାଇଁ ବଡ ଚିନ୍ତା ଅକ୍ସିଜେନ ସଙ୍କଟ । ଖାସକରି ଯେଉଁମାନେ ହସ୍ପିଟାଲରେ ବେଡ୍‌ ଖୋଜିବାରେ ଲାଗିଛନ୍ତି । ଯେଉଁମାନେ କୋରୋନାରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ସଂକ୍ରମିତ ସେମାନଙ୍କୁ ଅକ୍ସିଜେନ ଯୋଗାଇ ସାହାଯ୍ୟ କରିବାକୁ ରହିଛି । କାରଣ ଅକ୍ସିଜେନ କେନ୍ଦ୍ରକୁ ରୋଗୀଙ୍କ ସଂପର୍କୀୟ ଅକ୍ସିଜେନ ଆଣିବା ସହଜ ପ୍ରକ୍ରିୟା ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details