ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମାଆ ମୀନାଲ ଗାଭାସ୍କରଙ୍କ ନିଧନ (Sunil Gavaskar's mother passed away) । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତାଙ୍କର ୯୪ବର୍ଷ ବୟସରେ ମୃତ୍ୟୁ ଘଟିଛି । ରବିବାର ସକାଳେ ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି । ସେପଟେ ଭାରତ-ବାଙ୍ଗଲାଦେଶ ଟେଷ୍ଟ ମ୍ୟାଚ ଯୋଗୁଁ ସୁନୀଲ ବାଙ୍ଗଲାଦେଶ ଗସ୍ତରେ ରହିଛନ୍ତି । ଆଜି ମ୍ୟାଚ ସରିବା ପରେ ସେ ମାଆଙ୍କ ଶେଷକୃତ୍ୟ ଲାଗି ଭାରତ ଫେରିବେ ବୋଲି ଜଣାପଡ଼ିଛି ।
ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରିବା ଲାଗି ସୁନୀଲ ଗାଭାସ୍କର ବାଙ୍ଗଲାଦେଶରେ ଗସ୍ତରେ ରହିଥିଲେ । ମାଆଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ । ଆଜି ଦ୍ବିତୀୟ ଟେଷ୍ୟ ମ୍ୟାଚର ୪ର୍ଥ ଦିନ ତଥା ଅନ୍ତିମ ଦିବସ ରହିଥିବା ବେଳେ ସେ କମେଣ୍ଟ୍ରି କରିଥିଲେ । ସୁନୀଲଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଏଥିଲାଗି ଗତ IPL ସିଜନରେ ସୁନୀଲ କମେଣ୍ଟ୍ରିରେ ଅଂଶଗ୍ରହଣ କରିନଥିଲେ । ସେ ନିଜ ମାଆଙ୍କ ଧ୍ୟାନ ରଖିଥିଲେ ।