ମୁମ୍ବାଇ:ଚଳିତ ଆଇପିଏଲରେ ଶନିବାର ୱାଙ୍ଖେଡରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ କୋଲକତା ନାଇଟ ରାଇଡର୍ସ । ମୋରିସଙ୍କ ଘାତକ ବୋଲିଂ ଓ ସଞ୍ଜୁ ସାମସନଙ୍କ ଶୃଙ୍ଖଳିତ ବ୍ୟାଟିଂ ଫଳରେ କୋଲକାତାକୁ 6 ୱିକେଟରେ ହରାଇଛି ରାଜସ୍ଥାନ । ରୟାଲ୍ସ ଦଳରୁ ମୋରିସ ସର୍ବାଧିକ ଚାରିଟି ୱିକେଟ ହାତେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।
ପ୍ରଥମେ ଟସ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନାଇଟ୍ ରାଇର୍ଡସର ଦୁଇ ଓପନର ଶୁଭମନ ଗିଲ ଓ ନିତିଶ ରାଣା 23 ରନ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ 11ରନ କରି ଗିଲ ପ୍ରଥମେ ଆଉ ହୋଇଥିଲେ । ରାଣା କିଛି ଦର୍ଶକୀୟ ସଟ ଖେଳିଥିଲେ । ରାହୁଲ ତ୍ରିପାଠୀଙ୍କ ସିହତ ମିଶି ଦଳୀୟ ସ୍କୋରକୁ 45 ରନରେ ପହଞ୍ଚାଇଥିଲେ । ରାଣା ଆଉଟ ହେବା ପରେ ଦଳ ଆଉ ଦୁଇଟି ୱିକେଟ ହରାଇଥିଲା । ମୋରିସଙ୍କ ଘାତକ ବେଲିଂ ଆଗରେ କୋଲକାତା ଦଳ ତିଷ୍ଠି ପାରିନଥିଲା । କୋଲକାତା 20 ଓଭରରେ 9 ୱିକେଟ ହରାଇ 133ରନ ସଂଗ୍ରହ କରିଥିଲା । ରାଜସ୍ଥାନକୁ 134ରନର ବିଜୟ ଲକ୍ଷ୍ୟ ଦେଇଥିଲା ।