ଓଡିଶା

odisha

ETV Bharat / sports

ICC ODI Rankings: ଦିନିକିଆ ବୋଲିଂ ମାନ୍ୟତାରେ ଶିର୍ଷ ସ୍ଥାନରେ ସିରାଜ

ଆଇସିସି ଦିନିକିଆ ବୋଲି ମାନ୍ୟତାରେ ଶିର୍ଷ ସ୍ଥାନରେ ସିରାଜ ମହମ୍ମଦ ସିରାଜ। ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି ଗିଲ। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 21, 2023, 1:02 PM IST

ICC ODI Rankings
ICC ODI Rankings

ହାଇଦ୍ରାବାଦ: ଆଇସିସି ଦିନିକିଆ ବୋଲି ମାନ୍ୟତାରେ ଏକ ନମ୍ବରରେ ଭାରତର ଦ୍ରୁତତମ ବୋଲର ମହମ୍ମଦ ସିରାଜ। ନ୍ୟୁଜିଲାଣ୍ଡର ବୋଲର ଜୋସ ହାଜେଲଉଡଙ୍କୁ ପଛରେ ପକାଇ ସେ ଶିର୍ଷ ସ୍ଥାନରେ ରହିଛନ୍ତି। ଏସିଆ କପର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଘାତକ ବୋଲିଂ କରି ସେ ଏହି ମାନ୍ୟତା ପାଇଛନ୍ତି। 21 ରନରେ 6ଟି ଓ୍ବିକେଟ ନେଇ ସେ ଶ୍ରେଷ୍ଠ ବୋଲର ସାବ୍ୟସ୍ତ ହୋଇଛନ୍ତି। 8 ନମ୍ବର ସ୍ଥାନରୁ ସେ ଏକ ନମ୍ବରରେ ପହଞ୍ଚିଛନ୍ତି। ଏସିଆ କପ 2023 ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ମହମ୍ମଦ ସିରାଜ । 21 ରନ୍‌ ଦେଇ 6 ୱିକେଟ ଅକ୍ତିଆର କରି ଭାରତକୁ ବିଜୟୀ ଭେଟି ଦେଇଥିଲେ । ଜବରଦସ୍ତ ବୋଲିଂ ପାଇଁ ମହମ୍ମଦ ସିରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-India vs Australia: ପ୍ରଥମ ଦୁଇ ମ୍ୟାଚ ନେତୃତ୍ବ ନେବେ ରାହୁଲ, କୋହଲି-ରୋହିତଙ୍କୁ ବିଶ୍ରାମ, ଦିନିକିଆକୁ ଫେରିଲେ ଅଶ୍ବିନୀ

ଆଇସିସି ଦିନିକିଆ ମାନ୍ୟତାରେ 694 ରେଟିଂ ସହ ଶିର୍ଷରେ ରହିଛନ୍ତି ସିରାଜ। ସେହିପରି 678 ରେଟିଂ ସହ ଦ୍ବିତୀୟରେ ରହିଛନ୍ତି ନ୍ୟୁଜିଲାଣ୍ଡର ବୋଲର ଜୋସ ହାଜେଲଉଡ। ସେହିପରି 677 ରେଟିଂ ସହ ତୃତୟୀ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ। ସେହିପରି ଭାରତର କୁଲଦୀପ ଯାଦବ 9 ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ଏହା ପୂର୍ବରୁ ସେ 7 ନମ୍ବର ସ୍ଥାନରେ ରହିଥିଲେ। ପାକିସ୍ତାନର ସାହିନ ଆଫ୍ରିଦ 10 ନମ୍ବର ସ୍ଥାନରେ ରହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ICC Men's Cricket World Cup 2023: ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ୱକପ୍ ଟ୍ରଫି ପ୍ରଦର୍ଶିତ

ସେହିପରି ବ୍ୟାଟିଂ ମାନ୍ୟତାର ଟପ 10ରେ ଭାରତ3 ଜଣ ଖେଳାଳି ରହିଛନ୍ତି। ଶୁବମନ ଗିଲ ଶିର୍ଷ ସ୍ଥାନର ନିକଟତର ହୋଇଛନ୍ତି । ପାକିସ୍ତାନର ବାବର ଆଜମ ପ୍ରଥମରେ ରହିଥିବା ବେଳେ ଗିଲ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। କୋହଲି ଅଷ୍ଟମ ସ୍ଥାନରେ ରହିଥିବା ବେଳେ ରୋହିତ ଶର୍ମା ଦଶ ନମ୍ବର ସ୍ଥାନରେ ରହିଛନ୍ତି। ଏସିଆ କପରେ ଏହି ତିନି ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲା। ସେପ୍ଟେମ୍ବର 13 ତାରିଖରେ ପ୍ରକାଶ ପାଇଥିବା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୁଭମନ ଗିଲ୍‌ଙ୍କୁ ସଫଳତା ମିଳିଥିଲା। ଆଇସିସି ଦିନିକିଆ ବ୍ୟାଟର ରାଙ୍କିଂରେ ଗିଲ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପାଇଥିଲେ । କେବଳ ଗିଲ୍‌ ନୁହନ୍ତି, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଏହି ତାଲିକାରେ ପ୍ରମୋସନ ହୋଇଥିଲା।

ABOUT THE AUTHOR

...view details