ଡେରାଡୁନ: ଭାରତୀୟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ମହାନତା । ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଲେ ଶାମି । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଯୁବକ ଜଣଙ୍କ ଦୁର୍ଘଟଣାରେ ଶିକାର ହେବା ପରେ ଦ୍ବିତୀୟ ଜୀବନ ପାଇଥିବାରୁ ବହୁତ ଲକି ବୋଲି କ୍ୟାପସନରେ ଲଖେଛନ୍ତି ମହମ୍ମଦ ଶାମି । ତାଙ୍କର ଏପରି ମହାନତାକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି ।
- https://www.instagram.com/reel/C0E3eCFCB3U/?utm_source=ig_web_copy_link
ଶାମି ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ଜଣଙ୍କ ଭାଗ୍ୟବାନ, କାହିଁକିନା ସେ ଦ୍ବିତୀୟ ଜୀବନ ପାଇଛନ୍ତି । ଜଣଙ୍କ ଜୀବନ ବଞ୍ଚାଇଥିବାରୁ ମୁଁ ଖୁସି । ଯୁବକଙ୍କ କାର ପାହାଡ଼ିଆ ରୋଡ୍ରେ ଦୁର୍ଘଟଣାର ଶିକାର ହୋଇଥିଲା । ମୋ ଆଖିସାମ୍ନାରେ କାରଟି ରାସ୍ତା ତଳକୁ ଖସି ପଡ଼ିଥିଲା । ଏହାପରେ ଯୁବକଙ୍କୁ ମୁଁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲି । ଉତ୍ତରାଖଣ୍ଡର ନୈନିତାଲ ପାହାଡିଆ ରୋଡରେ ଏକ କାରରେ ଜଣେ ଯୁବକ ଯାତ୍ରା କରୁଥିଲେ । ହଠାତ ରୋଡ ତଳକୁ କାର ଖସିଯାଇଥିଲା । ଏହି ସମୟରେ ମହମ୍ମଦ ଶାମି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କାରଟି ଦୁର୍ଘଟଣା ଗସ୍ତ ହେଉଥିବା ଦେଖି ଶାମି ଓ ତାଙ୍କ ସହଯୋଗୀ ଯୁବକଙ୍କୁ କାର ମଧ୍ୟରୁ ଉଦ୍ଧାର କରିଥିଲେ ।