ଓଡିଶା

odisha

ETV Bharat / sports

India Tour of Bangladesh: ଆହତ କାରଣରୁ ବାଦ ପଡିଲେ ଶାମି, ଉମ୍ରାନଙ୍କୁ ଡାକରା - ବାଂଲାଦେଶ ବିପକ୍ଷରେ ଭାରତର ଦିନିକିଆ ମ୍ୟାଚ

ବାଂଲାଦେଶ ବିପକ୍ଷରେ ଦିନିକିଆ ଦଳରୁ ବାଦ ପଡ଼ିଲେ ଦ୍ରୁତ ବୋଲର ମହମ୍ମଦ ଶାମି (Mohammed Shami) । ହାତରେ ଆଘାତ ଲାଗିବା କାରଣରୁ ଶାମିଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ବୋଲର ଉମ୍ରାନ ମଲିକଙ୍କୁ (Umran Malik) ଦଳରେ ସାମିଲ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

India tour of Bangladesh: ଆହତ କାରଣରୁ ବାଂଲାଦେଶ ଯିବେନି ଶାମି, ଦଳରେ ସାମିଲ ହେଲେ ଉମ୍ରାନ
India tour of Bangladesh: ଆହତ କାରଣରୁ ବାଂଲାଦେଶ ଯିବେନି ଶାମି, ଦଳରେ ସାମିଲ ହେଲେ ଉମ୍ରାନ

By

Published : Dec 3, 2022, 9:17 PM IST

ହାଇଦ୍ରାବାଦ: ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ଦଳରୁ ବାଦ ପଡ଼ିଲେ ଭାରତୀୟ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି (Mohammed Shami) । ହାତରେ ଆଘାତ ଲାଗିବା କାରଣରୁ ଶାମିଙ୍କୁ ଦଳରୁ ବାଦ ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ଯୁବ ବୋଲର ଉମ୍ରାନ ମଲିକଙ୍କୁ (Umran Malik) ଦଳରେ ସାମିଲ କରିଛି ବିସିସିଆଇ । ଏହା ପୂର୍ବରୁ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଉମ୍ରାନ ଦଳରେ ପଦାର୍ପଣ କରିଥିଲେ । ଦୁଇଟି ମ୍ୟାଚ୍‌ରୁ ୩ ଟି ୱିକେଟ ହାସଲ କରିଥିଲେ ଉମ୍ରାନ ।

ତେବେ ଆସନ୍ତା ଡିସେମ୍ବର ୧୪ରୁ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ମଧ୍ୟ ଖେଳି ନପାରନ୍ତି ମହମ୍ମଦ ଶାମି । ଏହି ଅନୁଭବୀ ଦ୍ରୁତ ବୋଲର ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପରେ ପାଇଁ ଭାରତୀୟ ଦଳର ଅଭିନ୍ନ ଅଂଶ । ତେବେ ଆସନ୍ତା ବର୍ଷ ଜୁନରେ ଓଭାଲରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଦୌଡ଼ିରେ ରହିବାକୁ ହେଲେ ଭାରତକୁ ପ୍ରତି ମ୍ୟାଚ ଜିତିବା ଜରୁରୀ ହୋଇ ପଡ଼ିଛି । ଏଭଳି ପରିସ୍ଥିତିରେ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ଶାମି ଯଦି ଟେଷ୍ଟ ଶୃଙ୍ଖଳାରୁ ବାହାରି ଯାଆନ୍ତି, ତେବେ ଭାରତର ଦ୍ରୁତ ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯିବ । ଏନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ଚିନ୍ତିତ ।

ବାଂଲାଦେଶ ବିପକ୍ଷରେ ଭାରତର ଦିନିକିଆ ମ୍ୟାଚ ସୂଚୀ

୪ ଡିସେମ୍ବର, ରବିବାର:- ପ୍ରଥମ ଦିନିକିଆ

୭ ଡିସେମ୍ବର, ବୁଧବାର:- ଦ୍ବିତୀୟ ଦିନିକିଆ

୧୦ ଡିସେମ୍ବର, ଶନିବାର:- ତୃତୀୟ ଦିନିକିଆ

ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ, ଇଶାନ କିସାନ, ଶାହବାଜ ଅହମ୍ମଦ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଦୀପକ ଚହର, କୁଲଦୀପ ସେନ, ଉମ୍ରାନ ମଲିକ.

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details