ମୁମ୍ବାଇ:ବିଶ୍ବକପର ସେମି ଫାଇନାଲ ମ୍ୟାଚରେ ମହମ୍ମଦ ଶାମୀଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେବି କମ ପଡିବ । ସର୍ବାଧିକ 7ଟି ଓ୍ବିକେଟ ନେଇ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି ଶାମି । ଯାହା ଫଳରେ ସେମି ଫାଇନାଲ ନୁହଁ ବରଂ ସାମି ଫାଇନାଲ ମ୍ୟାଚ ବୋଲି କୁହାଯାଉଛି । ମ୍ୟାଚକୁ ବିଜୟୀ କରିଥିବାରୁ ଶାମି ବହୁତ ଖୁସି ପ୍ରକାଶ କରିଛନ୍ତି । ପ୍ଲେୟାର ଏଫ ଦ ମ୍ୟାଚ ବିବେଚିତ ହେବା ପରେ ସେ ଖୁସି ବ୍ୟକ୍ତି କରି ଏହି ସୁଯୋଗକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ବୋଲି ମତ ରଖିଛନ୍ତି ।
ଶାମି କହିଛନ୍ତି ଯେ, ମୁଁ ଏପରି ଏକ ସୁଯୋଗକୁ ଅପେକ୍ଷା କରିଥିଲି। ମୁଁ ହ୍ବାଇଟବଲ୍ କ୍ରିକେଟ୍ ଅଧିକ ଖେଳିନାହାଁ। ବିଶ୍ବକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୁଁ ଏକାଦଶରେ ସାମିଲ ହୋଇଥିଲି । ୱିଲିୟମସନଙ୍କ କ୍ୟାଚ୍ ଛାଡି ଦେଇଥିଲି, ଯାହା ମୋତେ ସାମାନ୍ୟ ଦୁଃଖିତ କରିଥିଲା। କିନ୍ତୁ ଓ୍ବିକେଟ ନେବାକୁ ଆମେ ଚେଷ୍ଟା ଜାରି ରଖିଥିଲୁ । ସଫଳ ମଧ୍ୟ ହେଲୁ । ଅପରାହ୍ନ ସମୟରେ ମ୍ୟାଚ ଆରମ୍ଭ ହୋଇଥିବାରୁ ଭାରତ ଭଲ ସ୍କୋର କରିପାରିଥିଲା। ଗତ ଦୁଇଟି ବିଶ୍ୱକପରେ ଆମେ ସେମିଫାଇନାଲରେ ହାରିଯାଇଥିଲୁ । କାହାକୁ ବା ଜଣା ଏହାପରେ ଆମେ ସୁଯୋଗ ପାଇବୁ ନାହିଁ। ତେଣୁ ଆମେ ମ୍ୟାଚ ଜିତିବାକୁ ଚେଷ୍ଟା ଜାରି ରଖିଥିଲୁ। ଗୋଟିଏ ବି ସୁଯୋଗ ଆମେ ଛାଡିବାକୁ ଚାହୁଁନଥିଲୁ ।