ଦୁବାଇ:ପାକିସ୍ତାନ ଓପନର ମହମ୍ମଦ ରିଜୱାନ ୨୦୨୧ ବର୍ଷର ଶ୍ରେଷ୍ଠ ICC ଟି-୨୦ କ୍ରିକେଟର ହୋଇଛନ୍ତି । ଏହି ସମ୍ମାନଜନକ ଆୱାର୍ଡ ହାତେଇବାକୁ ରିଜୱାନ, ଅନ୍ୟ ଦାବିଦାର ଥିବା ଇଂଲଣ୍ଡର ଜସ୍ ବଟଲର, ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଅଷ୍ଟ୍ରେଲିଆର ମିଚେଲ ମାର୍ଶଙ୍କୁ ପଛରେ ପଛରେ ପକାଇଛନ୍ତି ।
ଏହି ଆୱାର୍ଡ ଜିତିବା ପରେ ରିଜୱାନ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିବା ସମସ୍ତ ସାଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରିଜୱାନ କହିଛନ୍ତି, "କ୍ରିକେଟର ଲମ୍ବା ଫର୍ମାଟରେ ବର୍ଷଟି ଅତ୍ୟନ୍ତ ଭଲ ରହିଥିଲା, ୨୦୨୧ ବର୍ଷର ଶ୍ରେଷ୍ଠ ICC ଟି-୨୦ ପୁରୁଷ କ୍ରିକେଟର ପାଇଁ ଭୋଟ୍ ଦେଇଥିବା ସମସ୍ତଙ୍କୁ ଅନେକ କୃତଜ୍ଞତା । ଏହି ଆୱାର୍ଡ ୨୦୨୨ରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ ।"
ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରୀ ମାରିବା ପରେ ରିଜୱାନ ୨୦୨୧ରେ ଫଟାଫଟ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୨୯ଟି ମ୍ୟାଚ୍ରୁ ୧,୩୨୬ ରନ୍ ନିଜ ନାମରେ କରିଛନ୍ତି । ଏହି ସମୟ ମଧ୍ୟରେ ରିଜୱାନଙ୍କ ଆଭରେଜ ୭୩.୬୬ ଓ ଷ୍ଟ୍ରାଇକ୍ ରେଟ୍ ୧୩୪.୮୯ ରହିଥିଲା । ବ୍ୟାଟ୍ରେ କମାଲ କରିବା ସହ ଷ୍ଟମ୍ପ୍ ପଛରେ ମଧ୍ୟ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚାଇବାରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ପ୍ରତିଯୋଗିତାରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ରହିଥିଲେ ।