ଓଡିଶା

odisha

By

Published : Nov 4, 2022, 10:04 PM IST

ETV Bharat / sports

ବିଶ୍ବକପରୁ ବିଦା ହେଲା ଆଫଗାନିସ୍ତାନ, ଇସ୍ତଫା ଦେଲେ କ୍ୟାପଟେନ୍

ବିଶ୍ବକପରୁ ବିଦା ହେଲା ଆଫଗାନିସ୍ତାନ । ଆଫଗାନିସ୍ତାନ ଜିତିବା ପାଇଁ ସଂଘର୍ଷ କରି ମଧ୍ୟ କଙ୍ଗାରୁ ଦଳଠାରୁ ୪ ରନରେ ପରାସ୍ତ ହୋଇ ବିଶ୍ବକପରୁ ବିଦା ହୋଇଛି । ମ୍ୟାଚରେ ପରାସ୍ତ ହେବା ପରେ ମହମ୍ମଦ ନବି ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ବିଶ୍ବକପରୁ ବିଦା ହେଲା ଆଫଗାନିସ୍ତାନ, ଇସ୍ତଫା ଦେଲେ କ୍ୟାପଟେନ୍
ବିଶ୍ବକପରୁ ବିଦା ହେଲା ଆଫଗାନିସ୍ତାନ, ଇସ୍ତଫା ଦେଲେ କ୍ୟାପଟେନ୍

ହାଇଦ୍ରାବାଦ : ବିଶ୍ବକପରୁ ବିଦା ହେଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଚଳିତ T20 ବିଶ୍ବକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଏହା ସହିତ ଦଳର ବିଶ୍ବକପ୍ ଯାତ୍ରା ସମାପ୍ତ ହୋଇଛି । ମିଶନ ମେଲବର୍ଣ୍ଣରେ ଅସଫଳ ହେବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ମହମ୍ମଦ ନବି । ଆଜି ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୪ ରନରେ ପରାସ୍ତ ହୋଇଛି ମହମ୍ମଦ ନବି ଟିମ୍ । ତେବେ ଏହି ପରାଜୟ ପରେ ଅଧିନାୟକ ନବି ଟ୍ବିଟରରେ ଏକ ବିବୃତ୍ତି ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା କି ସେ ଆଫଗାନିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ।

T20 ବିଶ୍ବକପରେ ଆଫଗାନିସ୍ତାନର ଦୁର୍ବଳ ପ୍ରଦର୍ଶନ ଫଳରେ ଦଳ ସେମିଫାଇନାଲ ଟିକଟ୍ ହାତେଇବାରେ ବିଫଳ ରହିଛି । ଆଜି ଗୃପ ୧ ର ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳିଥିଲେ ଉଭୟ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ । ଆଫଗାନିସ୍ତାନ ଟସ ଜିତି ଅଧିନାୟକ ମହମ୍ମଦ ନବି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୮ ରନ କରିଥିଲା । ଏହାର ଜବାବରେ ମହମ୍ମଦ ନବି ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୪ ରନ କରିଥିଲା । ଆଫଗାନିସ୍ତାନ ଜିତିବା ପାଇଁ ସଂଘର୍ଷ କରି ମଧ୍ୟ କଙ୍ଗାରୁ ଦଳଠାରୁ ୪ ରନରେ ପରାସ୍ତ ହୋଇ ବିଶ୍ବକପରୁ ବିଦା ହୋଇଛି । ମ୍ୟାଚରେ ପରାସ୍ତ ହେବା ପରେ ଦଳରୁ ମହମ୍ମଦ ନବି ଅଧିନାୟକ ପଦ ଛାଡିଛନ୍ତି ।

ମହମ୍ମଦ ନବି ଟ୍ବିଟରରେ ସେ ଲେଖିଛନ୍ତି " ଆମର ବିଶ୍ବକପ ଯାତ୍ରା ଶେଷ ହୋଇଛି । ପ୍ରଶଂସକ ଏବଂ ଆମର ଆଶା ମୁତାବକ ଆମେ ଖେଳରେ ଭଲ ପ୍ରଦର୍ଶନ କରି ପାରିନାହୁଁ । ମୁକାବିଲାର ଫଳାଫଳକୁ ନେଇ ଦଳ ଅଧିକ ନିରାଶ ହୋଇଛି । ଗୋଟିଏ ବର୍ଷ ପୂର୍ବରୁ ଆମ ଟିମର ପ୍ରସ୍ତୁତି ଉନ୍ନତ ମାନର ରହିନଥିଲା ଯେମିତି ଦଳର କ୍ୟାପଟେନ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଆଶା କରିଥାଏ । କିଛି ସମୟ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ, ଚୟନ କର୍ତ୍ତା ଏବଂ ମୁଁ ଆମେ ସମସ୍ତେ ଗୋଟିଏ ଚିନ୍ତାଧାରାରେ ଦଳର ନିଷ୍ପତ୍ତି ଗ୍ରହଣ କରୁନଥିଲୁ । ଯାହାର ପ୍ରଭାବ ଦଳ ଉପରେ ପଡିଛି । ସେଥିପାଇଁ ମୁଁ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରୁଛି । କିନ୍ତୁ ମୁଁ ମୋ ଦେଶ ପାଇଁ ଖେଳିବା ଜାରି ରଖିବି । ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଅଷ୍ଟ୍ରେଲିଆରେ ବର୍ଷା ହେବା ସତ୍ତ୍ବେ ଆପଣମାନେ ଷ୍ଟାଡିୟମ ଆସିଲେ ଏବଂ ଆମକୁ ସମର୍ଥନ ଜଣାଇଲେ । ଆପଣଙ୍କ ସମର୍ଥନ ଆମ ପାଇଁ ବହୁତ ମହତ୍ବ ରଖେ ।"

ABOUT THE AUTHOR

...view details