ବ୍ରିଷ୍ଟଲ:ଭାରତୀୟ ମହିଳା ଟିମ କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ 22 ବର୍ଷ ପୂରଣ କରିଛନ୍ତି । ଏହି ବିରଳ କିର୍ତ୍ତୀମାନର ଅଧିକାରିଣୀ ହେବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ସଚିନଙ୍କ ପରେ ଦ୍ବିତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର 22 ବର୍ଷର ସଫଳ ଯାତ୍ରା କରିଛନ୍ତି ମିତାଲି ।
ତେନ୍ଦୁଲକର ମୋଟ 22 ବର୍ଷ 91 ଦିନ ଖେଳିଥିବାବେଳେ, ମିତାଲିଙ୍କ 22 ବର୍ଷ ପୂରଣକୁ ଗୋଟିଏ ଦିନ ବାକି ରହିଛି । ରବିବାର ଇଂଲଣ୍ଡ କ୍ୟାପଟେନ ହେଥର ନାଇଟଙ୍କ ସହ ଟସ୍ ପକାଇବାକୁ ଯିବାପରେ ସେ ଏହି କିର୍ତ୍ତୀମାନ ନିଜ ନାମରେ କରିବେ । 38 ବର୍ଷୀୟା ମିତାଲି ବର୍ଷ 1999, ଜୁନ 26ରେ ଆୟରଲାଣ୍ଡ ବିପକ୍ଷରେ ମିଲଟନ କେଇନସରେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ସେତେବେଳ ସେ ମାତ୍ର 16 ବର୍ଷର ଥିଲେ ।